Indigo ପାଇଁ ହାତ ବଢେଇଲା Airindia

ଇଣ୍ଡିଗୋର ପରିଚାଳନାଗତ ସମସ୍ୟା ଯୋଗୁଁ ବିମାନ ଚଳାଚଳ ବାଧା ସୃଷ୍ଟି ହେବା ଫଳରେ ସାରା ଭାରତରେ ବିମାନ ବାତିଲ ଏବଂ ଭଡ଼ା ବୃଦ୍ଧି ଘଟିଛି। ପରିସ୍ଥିତିକୁ ଆଖି ଆଗରେ ରଖି ଏୟାରଲାଇନ୍ସ ବିମାନ ପରିଚାଳନା ଏବଂ ଗ୍ରାହକମାନଙ୍କ ସହାୟତା କରିବା କଥା କହିଛନ୍ତି ।ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଆଗକୁ ବଢ଼ି ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ହଜାର ହଜାର ଫସି ରହିଥିବା ଯାତ୍ରୀଙ୍କୁ ତାଙ୍କ ଯାତ୍ରାରେ ସହଜ ହେବବୋଲି ଲକ୍ଷ୍ୟରେ ରହିଛି।

ଏୟାର ଇଣ୍ଡିଆ କହିଛି ଯେ ଡିସେମ୍ବର ୪ ରୁ ଇକୋନୋମି କ୍ଲାସ ଘରୋଇ ନନ୍-ଷ୍ଟପ୍ ବିମାନ ଯାତ୍ରା ପାଇଁ ଏକ ସ୍ଥିର ଭଡ଼ା ସୀମା ଲାଗୁ କରାଯାଇଛି। ସ୍ୱୟଂଚାଳିତ ମୂଲ୍ୟ ବ୍ୟବସ୍ଥା ଯୋଗୁଁ ଚାହିଦାରେ ହଠାତ୍ ବୃଦ୍ଧି ଯୋଗୁଁ ଟିକେଟ ମୂଲ୍ୟ ଆକାଶଛୁଆଁ ହେବାରୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ବିମାନ କମ୍ପାନୀଗୁଡ଼ିକ ଡିସେମ୍ବର ୬ ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ଭଡ଼ା ନିୟମାବଳୀ ପାଳନ କରୁଛନ୍ତି।

ଫସି ରହିଥିବା ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ପରିବର୍ତ୍ତନ ଏବଂ ବାତିଲକରଣ ଫି ଉପରେ ଏକକାଳୀନ ଛାଡ଼ ଆରମ୍ଭ କରିଛନ୍ତି। ଯେଉଁ ଯାତ୍ରୀମାନେ ୧୫ ଡିସେମ୍ବର ପର୍ଯ୍ୟନ୍ତ ଯାତ୍ରା ପାଇଁ ୪ ଡିସେମ୍ବର ପର୍ଯ୍ୟନ୍ତ ଟିକେଟ ବୁକ୍ କରିଥିଲେ, ସେମାନେ ପୁନଃନିର୍ଦ୍ଧାରିତ ଫି ନ ଦେଇ ସେମାନଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ କିମ୍ବା ପୂର୍ଣ୍ଣ ଫେରସ୍ତ ସହିତ ବାତିଲ କରିପାରିବେ। ଏହି ସୁବିଧା ୮ ଡିସେମ୍ବର ପର୍ଯ୍ୟନ୍ତ କରାଯାଇଥିବା ପରିବର୍ତ୍ତନ କିମ୍ବା ବାତିଲ୍ ପାଇଁ ପ୍ରଯୁଜ୍ୟ ହେବ।ଦ୍ରୁତ ଗତିରେ ବର୍ଦ୍ଧିତ କଲ୍ ଏବଂ ଅଭିଯୋଗର ମୁକାବିଲା ପାଇଁ ଏୟାର ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଅତିରିକ୍ତ କର୍ମଚାରୀ ନିୟୋଜିତ କରିଛି। ଯାହା ଫହଳରେ ଯାତ୍ରୀମାନେ ଏୟାରଲାଇନ୍ସର ୨୪*୭ କଲ୍ ସେଣ୍ଟର ମାଧ୍ୟମରେ କିମ୍ବା ଯେକୌଣସି ଟ୍ରାଭେଲ୍ ଏଜେଣ୍ଟ ମାଧ୍ୟମରେ ସେମାନଙ୍କର ବୁକିଂରେ ପରିବର୍ତ୍ତନ କିମ୍ବା ବାତିଲ୍ କରିପାରିବେ।