
ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀରେ କାର୍ଯ୍ୟରତ ଓଡ଼ିଆ ଠିକାଦାରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାହାକଣ୍ଡିଆ ଗ୍ରାମର ଜଗଦୀଶ ସ୍ବାଇଁ ନାମକ ଯୁବକ ମଧ୍ୟପ୍ରଦେଶ ଗୁଣ୍ଟୁରରେ ଏକ ଘରୋଇ କମ୍ପାନୀରେ ଠିକାଦାର ଭାବେ କାମକରୁଥିଲେ। ଜଗଦୀଶ ଘରକୁ ଆସିବା ପାଇଁ ଜୁଲାଇ ୩୧ ତାରଖ ଦିନ କମ୍ପାନୀରୁ ଟଙ୍କା ଉଠାଇ ପାଖରେ ରଖିଥିଲେ । ସେହିଦିନ ଆନ୍ଧ୍ରରେ ଜଣେ ଓଡ଼ିଆ ସାଙ୍ଗଙ୍କ ଘରେ ରହିଥିଲେ ।ମାତ୍ର ସକାଳୁ ସାଙ୍ଗମାନେ ଦେଖନ୍ତି ତ ଜଗଦୀଶ ସେଠାରେ ମରିପଡିଛନ୍ତି । ସାଙ୍ଗ ମାନେ ଜଗଦୀଶ କୁ ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁରୁ ଜଗଦୀଶଙ୍କ ବଡଭାଇ ଓ ଦୁଇ ସାଙ୍ଗ ମଧ୍ୟ ପ୍ରଦେଶରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ କରିବା ପରେ ଗୁଣ୍ଟୁର ଥାନାରେ ଏକ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବାକଥା ଜଗଦୀଶଙ୍କୁ ଏକ ଯୋଜନାବଧ ହତ୍ୟାକରାଯାଇଛି । ଟଙ୍କା ଲେଣଦେଣକୁ କେନ୍ଦ୍ର କରି ଜଗଦୀଶଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ।