କୁସ୍ତି କରିବାକୁ ଯାଇଥିଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ, ଏମିତି ପିଟିଲେ ରାକ୍ଷୀ ଯାଇ ମେଡିକାଲରେ

ରାକ୍ଷୀ ସାୱନ୍ତଙ୍କୁ ବଲିଉଡର ଡ୍ରାମା କୁଇନ ଭାବେ ବିବେଚନା କରାଯାଏ । ସୋସାଆଲ ମିଡିଆ ଠାରୁ ଆରମ୍ଭ କରି ଟିଭି ସୋ ପର୍ଯ୍ୟନ୍ତ ସେ ଅନେକ ଡ୍ରାମା କରୁଥିବା ଦେଖିବାକୁ ମିଳେ । କେବଳ ଏତିକି ନୁହେଁ, ସେ କୁସ୍ତି ଜିମରେ ଲୋକଙ୍କୁ ମଧ୍ୟ ମନୋରଞ୍ଜନ କରିଛନ୍ତି । ଆଜିକାଲି ରାକ୍ଷୀ ସାୱନ୍ତଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଆହତ ହୋଇଥିବା ଦେଖାଯାଉଛି । ରାକ୍ଷୀ ସାୱନ୍ତଙ୍କ ଏହି ଭିଡିଓ କୁସ୍ତି ରିଙ୍ଗରୁ ଆସିଛି, ଯେଉଁଠାରେ ସେ କୁସ୍ତି ସମୟରେ ଆହତ ହୋଇଥିଲେ । ସେ ରେସଲିଂ ରିଙ୍ଗରେ ପ୍ରବେଶ କଲେ ଏବଂ ରେସଲର ତାଙ୍କୁ ଏପରି ଭାବରେ ଫିଙ୍ଗିଦେଲେ ଯେ ରାକ୍ଷୀ ସିଧା ଡାକ୍ତରଖାନାରେ ପହଞ୍ଚିଗଲେ । ଏହା ଏକ ଥ୍ରୋବ୍ୟାକ୍ ଭିଡିଓ ଯାହା ପ୍ରାୟତଃ ତାଙ୍କ ପ୍ରଶଂସକ ମାନେ ପସନ୍ଦ କରନ୍ତି ।

ଭିଡିଓରେ ସେ କୁସ୍ତି ରିଙ୍ଗରେ ଜଣେ ରେସଲରଙ୍କ ସହ ଲଢୁଥିବା ନଜର ଆସିଛନ୍ତି । ଏହି କୁସ୍ତିରେ ରାକ୍ଷୀ ଜିତିନଥିଲେ, କିନ୍ତୁ ହାରିବା ପରେ ମଧ୍ୟ ସେ ପ୍ରଶଂସକଙ୍କ ହୃଦୟ ଜିତିପାରିଥିଲେ । ଏହି ଭିଡିଓରେ ରାକ୍ଷୀ ସାୱନ୍ତ ରେସଲିଂ ରିଙ୍ଗରେ ପ୍ରବେଶ କରିବା ପରେ ରେସଲର ତାଙ୍କୁ ଏପରି ଭାବରେ ପିଟିଥିଲେ ଯେ, ରାକ୍ଷୀ ସିଧା ଡାକ୍ତରଖାନାକୁ ଯାଇଥିଲେ ।

ରାକ୍ଷୀ ସାୱନ୍ତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କୁସ୍ତି ରିଙ୍ଗରେ ଲଢୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସ୍ପଷ୍ଟ ଭାବ ଜଣାପଡୁଛି, ସେ ରେଶମ ଲାଲ୍ ସୁଟ୍ ସହିତ ସ୍ପୋର୍ଟ୍ସ ଜୋତା ପିନ୍ଧିଛନ୍ତି ଏବଂ ଫାଇଟ କରିବା ପାଇଁ ରେସଲିଂ ରିଙ୍ଗକୁ ଡେଇଁପଡିଛନ୍ତି । କିନ୍ତୁ କୁସ୍ତିଯୋଦ୍ଧା ମାନେ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲେ । ଏହି ଭାଇରାଲ୍ ଭିଡିଓରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ, କୁସ୍ତି ପରେ ରାଖୀ ସାୱନ୍ତଙ୍କୁ ଦୁଇଜଣ ମହିଳା ନେଇଯାଉଛନ୍ତି, କାରଣ ରାକ୍ଷାଙ୍କୁ କୁସ୍ତିଯୋଦ୍ଧା ମାନେ ଏତେ ମାଡ଼ ମାରିଛନ୍ତି ଯେ ସେ ଠିକ୍ ଭାବେ ଚାଲିବାକୁ ଅସମର୍ଥ ।

Leave a Reply

Your email address will not be published. Required fields are marked *