ବାଲି ଚୋରିକୁ ନେଇ ପୋଲିସ-ଲଘୁ ଖଣିଜ ବିଭାଗରେ ଚାଲିଛି କଣ ?

କେନ୍ଦୁଝର ଜିଲ୍ଲା ଚମ୍ପୁଆ ତହସିଲର ଶସାଙ୍ଗ ଅରଡେଇ ବାଲିଘାଟରୁ ବେଆଇନ ବାଲି ଚୋରାଚାଲାଣ ନେଇ ଏଥିରେ ଅଂକୁଶ ଲଗାଇବାକୁ ଗ୍ରାମବାସୀମାନେ ଅଧିକାରିଣୀଙ୍କୁ ଫୋନ ଯୋଗେ ଅନୁରୋଧ କରୁଥିବାବେଳେ ଅଧିକାରିଣୀ କହୁଛନ୍ତି ଯେ, ଚୋରୀ ନେଇ ପୁଲିସକୁ କୁହନ୍ତୁ। ଆମର ଷ୍ଟାଫ ନାହାନ୍ତି। ଆମେ ଗାଡି ଅଟକାଇ ପାରୁନାହୁଁ। ପୋଲିସ ଉପସ୍ଥିତିରେ ମାଫିଆ ଗାଡି ଛଡାଇ ନେଉଛନ୍ତି। ଚମ୍ପୁଆ ଆଉ ଚମ୍ପୁଆ ହୋଇ ରହି ନାହିଁ। ଆପଣ ଆମ ପାଖରୁ କିଛି ଆଶା କରନ୍ତୁ ନାହିଁ। ପୋଲିସକୁ କୁହନ୍ତୁ । ପୋଲିସ ଚାହିଁଲେ ଯାହାକିଛି ହେବ ପୋଲିସ ଆମକୁ ସାହାଯ୍ୟ କରୁନାହାଁନ୍ତି। ଆପଣ ଯାହାକୁ କହିଲେ ମଧ୍ୟ କିଛି ଲାଭ ନାହିଁ । ଏଣୁ ବାଲି ଚୋରୀକୁ ନେଇ ଆମେ ଆପଣ ମାନଙ୍କୁ କିଛି ସାହାଯ୍ୟ କରିପାରିବୁ ନାହିଁ ଏପରି ଉତ୍ତର ଦେଉଛନ୍ତି ଖୋଦ ଚମ୍ପୁଆ ଲଘୁ ଖଣିଜ ବିଭାଗ ଅଧିକାରୀଣୀ ସୁପ୍ରଭା ନାଏକ । ଥରେ ଶୁଣନ୍ତୁ ସେ କଣ କହୁଛନ୍ତି

ଏବେ ଏ ଅଡିଓ ଭାଇରାଲ ହେଉଛି । ବାଲି ଚୋରୀ ଉପରେ ଅଙ୍କୁଶ ଲଗାଇବା ଖୋଦ ବିଭାଗର କର୍ତ୍ତୃତ୍ଵରେ ରହୁ ନ ଥିବା ଓ ଚାହିଁ ମଧ୍ଯ ବିଭାଗ ବାଲିଚୋରୀକୁ ରୋକ ଲଗାଇବାକୁ ଅସମର୍ଥ ହେବା ଏବେ ଚମ୍ପୁଆ ତହସିଲରେ ବାଲିଚୋରା କାରକାରର ଭିତିରି ଗୁମରକୁ ସ୍ପଷ୍ଟ କରିଛି ।

କହିରଖୁଛୁ କି, ଗତ ସପ୍ତାହରେ ଅଧିକାରିଣୀ ସୁପ୍ରଭା ନାଏକ ଚମ୍ପୁଆ ତହସିଲ ଜ୍ୟୋତିପୁର ଅଞ୍ଚଳରେ ଚୋରାମାଟି ଚାଲାଣ ବେଳେ ଚ଼ଢାଉ କରି ଗୋଟିଏ ଜେସିବି ମେସିନ ସହିତ କିଛି ଟ୍ରାକଟରକୁ ଅଟକ ରଖିଥିବାବେଳେ ଗାଡି ମାଲିକ ଆସି ତାଙ୍କୁ ଧମକ ଚମକ ଦେଇ ଗାଡି ନେଇଯିବା ଏହାକୁ ନେଇ ସେ ବାରିଆ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ପରେ ସେ ଏହି ପରି ଉତ୍ତର ରଖିଥିବା ସ୍ପଷ୍ଟ କରୁଛି ।