ବିନା ଲାଇସେନ୍ସରେ ଚାଲିଥିଲା କାରବାର, ଗୋଦାମରେ ଚଢାଉ କଲା ପୋଲିସ

ରାଉରକେଲା ସହର ସଂଲଗ୍ନ ପ୍ଲାଣ୍ଟ ସାଇଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବା ବେଳେ ବାଣ ଚାହିଦା ମଧ୍ୟ ଆକାଶ ଛୂଆଁ ହୋଇଛି । ଅସାଧୁ ବ୍ୟବସାୟୀ ମାନେ ଏହାର ସୁଯୋଗ ଉଠାଇ ମାଲେମାଲ୍ ହେବାକୁ ଚାହୁଁଥିବା ବେଳେ ବିଭିନ୍ନ ସ୍ଥାନରେ ବେଧଡକ ବେପାର ଜାରି ରଖିଛନ୍ତି । ଏପରି ଏକ ବେଆଇନ୍ ବାଣ ଗୋଦାମ୍ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ୍ ପୋଲିଶ ସେହି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ଏକ ପୋଲିସ ଦଳ ପ୍ଲାଣ୍ଟ ସାଇଟ୍ ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ରହୁଥିବା ସଂଗ୍ରାମ କିଶୋର ନାୟକଙ୍କ ଘର ଉପରେ ଚଢ଼ାଉ କରିଥିଲେ । ସେଠାରୁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ଜବତ କରିବା ସହିତ ସୀତାକାନ୍ତ ଭଞ୍ଜ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିବା ରାଉରକେଲା ଡି.ଏସ୍.ପି ନିର୍ମଳ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *