ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ, ମହମ୍ମଦନଗର ପାଟଣା, ଅଗ୍ରୱାଲା ଛକ ଓ ଆମ୍ବଳିଅଠା ଛକରେ ଅଚାନକ ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ଡମ୍ପର, ୬ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନ ଜବତ କରିଛି ଜଳେଶ୍ୱର ପୋଲିସ ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ କଲା ଜଳେଶ୍ୱର ପୋଲିସ । ମହମ୍ମଦନଗର ପାଟଣା, ଅଗ୍ରୱାଲା ଛକ ଓ ଆମ୍ବଳିଅଠା ଛକରେ ଅଚାନକ ଚଢ଼ାଉ ଗୋଟିଏ ବାଲି ବୋଝେଇ ଡମ୍ପର, ୬ ଟି ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେସିନ ଜବତ କରିଛି ପୋଲିସ ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀର ଥିବା ସରକାରୀ ବାଲି ସୌରାତ ଗୁଡିକ ବନ୍ଦ ଥିଲା ବେଳେ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ପୋଲିସକୁ ଚକମା ଦେଇ ବିଳମ୍ବିତ ରାତିରେ ବାଲି ଉତ୍ତୋଳନ କରି ମାଲେମାଲ ହେଉଥିଲେ ।
ଅନ୍ୟପଟେ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିଲେ ସରକାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଜଳେଶ୍ୱର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାପରେ ଅଧିକ ତଦନ୍ତ ଜାରୀ ରଖିଛି ।