
ସରକାର ଦେଶୀ ଇଟାଭାଟି ନିର୍ମାଣ ବନ୍ଦ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ସରକାର ସିମେଣ୍ଟ ଇଟାକୁ ଅନୁମତି ଦେଇଥିବାବେଳେ ନାଲି ଇଟା ନିର୍ମାଣକୁ ରୋକ ଲଗାଇଛନ୍ତି । ନାଲି ଇଟା ନିର୍ମାଣ ମୣର୍ତ୍ତିକା କ୍ଷୟ,ବାୟୁ ପ୍ରଦୂଷଣ ଓ ବାୟୁମଣ୍ଡଳକୁ ବ୍ୟାପକ ପ୍ରଭାବ ପକାଉଥିବା ଅନୁଭବକରି ଦେଶୀ ମାଟି ଇଟାଭାଟିକୁ ସରକାର ବନ୍ଦ କରିଥିବା ବେଳେ ଇଟା ଭାଟି କରିବାରେ ବେପାରୀ ପଛଉନାହାନ୍ତି । ପ୍ରଦୂଷଣ ଯୋଗୁଁ ପରିବେଶ ନଷ୍ଟ ହେବା ସହ ଵ୍ଯାପକ ଧୂଆଁ ଯୋଗୁଁ ଯକ୍ଷ୍ମା ରୋଗ ସମେତ ଲୋକେ ବହୁ ରୋଗରେ ପଡୁଛନ୍ତି । କିନ୍ତୁ ସରକାରଙ୍କ ନିୟମକୁ ଫୁ କରି ଦେଇଛନ୍ତି ଇଟା ମାଫିଆ ଓ ରାଜସ୍ଵ କର୍ମଚାରୀ । ଉଭୟଙ୍କ ମଧୁ ଚନ୍ଦ୍ରିକା ରେ ଚାଲିଛି ବେଆଇନ ଇଟାଭାଟି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଵହଳଦା ବ୍ଳକର ବିଭିନ୍ନ ସ୍ଥାନରେ ।

ସରକାରଙ୍କ ସମସ୍ତ ନିର୍ଦ୍ଦେଶ କୁ ଫୁ କରିଦେଇ ଓ କିଛି ସରକାରୀ ବାବୁ ମାନଙ୍କୁ ମାଲ ଧରାଇଦେଇ ଦିନ ରାତି ଇଟା ଭାଟି କାମ ଚାଲିଛି । ମାଳ ମାଳ ବେଆଇନ ଇଟାଭାଟି ନିର୍ମାଣ ହେଉଛି । ସରକାରଙ୍କ ସମସ୍ତ ନିୟମକୁ ଯଳାଞ୍ଚଳି ଦେଇ ରାଜସ୍ବ ବିଭାଗର ଅସାଧୁ କର୍ମଚାରୀ ମାନେ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସାହାଯ୍ୟର ହାତ ବଢ଼ାଉଛନ୍ତି । ଅଁଳା ଯୋଡ଼ି ଗ୍ରାମ ଆର ଆଇ ଅଫିସର ଅଳ୍ପ ଦୂରରେ ବେଆଇନ ଇଟାଭାଟି ନିର୍ମାଣ ଚାଲିଛି । ବେଆଇନ ମାଟି ଖନନ ହେବା ସହ ଚୋରା ଚାଲାଣ ହେଉଛି।

ଏ ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଅଁଳା ଯୋଡି ଆର ଆଇ ଧ୍ରୁବ ଚରଣ ଦତ୍ତ ଙ୍କୁ ଜଣାଇଲେ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିବା ସହ ଚାଲେଞ୍ଜ କରୁଛନ୍ତି । ବେଆଇନ ମାଟି ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ରାଜସ୍ଵ ହରାଉଛନ୍ତି ।