କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ସିଭିଲ୍ ସର୍ଭିସ ପରୀକ୍ଷା 2026 ପାଇଁ ନୂଆ ନିୟମ ଘୋଷଣା କରିଛି। ବିଶେଷ କରି IAS, IFS ଓ IPS ସେବାରେ ନିଯୁକ୍ତ ଅଧିକାରୀମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଦେବାରେ ବଡ଼ କଟକଣା ଲଗାଇଛି UPSC। ଚଳିତ ବର୍ଷ ଏହି ପରିବର୍ତ୍ତନ ନିୟମାବଳୀରେ ସର୍ବାଧିକ ଚର୍ଚ୍ଚାର କେନ୍ଦ୍ରବିଦୁ ପାଲଟିଛି |

ବଦଳିଲା ୟୁପିଏସସି ପରୀକ୍ଷା ନିୟମ । ସିଭିଲ୍ ସର୍ଭିସ ପରୀକ୍ଷା (ସିଏସ୍ଇ) ୨୦୨୬ ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ କମିସନ ନିୟମାବଳୀରେ ବ୍ୟାପକ ସଂଶୋଧନ କରି ପୂର୍ବରୁ ବିଭିନ୍ନ ସେବାରେ ନିଯୁକ୍ତ ପ୍ରାର୍ଥୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା କ୍ଷେତ୍ରରେ ନୂଆ କଟକଣା ଲଗାଇଛନ୍ତି ।
ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ ଏହି ନୂତନ ନିୟମ ଅଧିକ ଗୁରୁତ୍ବ ଦିଆଯାଇଛି | ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ias କିମ୍ବା ips ଭାବେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେହି ପଦବିରେ କାର୍ଯ୍ୟରତ ଅଛନ୍ତି,ସେମାନେ ସିଏସ୍ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ। ଯଦି କୌଣସି ପ୍ରାର୍ଥୀ ପୂର୍ବ ବର୍ଷର ପରୀକ୍ଷା ଆଧାରରେ ପ୍ରିଲିମ୍ ରେ ଉତିର୍ନ ହେବା ପରେ ଏହି ସେବାଗୁଡ଼ିକରେ ଯୋଗ ଦିଅନ୍ତି, ତେବେ ସେମାନେ ପରବର୍ତ୍ତୀ main ପରୀକ୍ଷା ଦେବାକୁ ଅଯୋଗ୍ୟ ବୋଲି ବିବେଚିତ ହେବେ । ଚଳିତ ବର୍ଷ ୯୩୩ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।