
ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ମାରିଦେଲା ନୃଶଂସ ସ୍ଵାମୀ । ଗତ ରାତିରେ ବଡ଼ବିଲ ଗାଡ଼ାହଟିଂ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବଡ଼ବିଲ ପୋଲିସ୍ ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତ ସ୍ଵାମୀ ଟାକଲୁ ସିଦ୍ଦୁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁସାରେ, ଉଭୟ ସ୍ବାମୀ ସ୍ତ୍ରୀ ଦିନ ମଜୁରୀଆ ଭାବେ କାମକରନ୍ତି । ଗତ ରାତିରେ ମଦ ପିଇବା ପାଇଁ ସ୍ତ୍ରୀ ଜାନକୀକୁ ଟଙ୍କା ମାଗିଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଜାନକୀର ମୁଣ୍ଡକୁ ଏକ ବାଡ଼ିରେ ପିଟି ଦେଇଥିଲା ସ୍ଵାମୀ ଟାକଲୁ ସିଦ୍ଦୁ । କିଛି ସମୟ ଭିତରେ ହିଁ ଜାନକୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲ । ଏନେଇ ବଡ଼ବିଲ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।