ପତ୍ନୀ ବିରୋଧରେ ଏତଲା ଦେଲେ ସ୍ୱାମୀ, ତୁରନ୍ତ ଗିରଫ ଦାବି

ସ୍ୱାମୀଙ୍କୁ ମୃତ ଦର୍ଶାଇ ଟଙ୍କା ନେବାକୁ ଉଦ୍ୟମ କରିଥିଲେ । ଶେଷରେ ବଦନାମ ହେବା ସହ ଚମ୍ପଟ ମାରିଲେ । ଟ୍ରେନ୍ ଦୁର୍ଘଟଣାରେ ଟଙ୍କା ହାତେଇବା ଉଦ୍ୟମ ଘଟଣାରେ ନୂଆ ଟ୍ୱିଷ୍ଟ । ପତ୍ନୀଙ୍କ ବିରୋଧରେ ମାଣିଆବନ୍ଧ ଥାନାରେ ଏତଲା ଦେଇଛନ୍ତି ସ୍ୱାମୀ ବିଜୟ ଦତ୍ତ । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ନିଜର ସ୍ୱାମୀ ପରିଚୟ ଦେଇ ସାଂଘାତିକ ଖେଳ ଖେଳିଥିବା ଅଭିଯୋଗ କରିଛନ୍ତି ପ୍ରକୃତ ସ୍ୱାମୀ । ନିଜର ସମ୍ମାନ ହାନି ହେବା ସହ ବଡ଼ମ୍ବା ମାଣିଆବନ୍ଧ ଅଞ୍ଚଳର ସମ୍ମାନ ହାନି ଘଟିଛି । ତେଣୁ ପତ୍ନୀ ଗୀତାଞ୍ଜଳି ଦତ୍ତଙ୍କୁ ତୁରନ୍ତ ଗିରଫ ପାଇଁ ସ୍ୱାମୀ କହିଛନ୍ତି । ସେପଟେ, ଗତ ୪ ତାରିଖରୁ ପତ୍ନୀ ନିଖୋଜ ଥିବା କହିଛନ୍ତି ସ୍ୱାମୀ ।

ଗତ ୨ ତାରିଖରେ ବାହାନଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ୪ ତାରିଖରେ ଗୀତାଞ୍ଜଳି ଶବକୁ ନେଇ ସାଂଘାତିକ ଖେଳ ଖେଳିବାକୁ ପ୍ଲାନ୍ କରିଥିଲେ ଯାହା ଫେଲ୍ ମାରିଲା । ସହାୟତା ରାଶି ହଡ଼ପ କରିବାକୁ ମହିଳା ଜଣକ ଚକ୍ରାନ୍ତ କରିଥିଲେ । ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ନିଜର ସ୍ୱାମୀ ବୋଲି ପରିଚୟ ଦେଇଥିଲେ । ବାଲେଶ୍ୱର ନୋସି ବିଜନେସ ପାର୍କ ପରିସରରେ ଏହି ଘଟଣା ଘଟିଥିଲା ।

ହଠାତ ଘଟଣାସ୍ଥଳରେ ପହଞ୍ଚି କାନ୍ଦବୋବାଳି କରିଥିଲେ ଗୀତାଞ୍ଜଳି । ନିଜ ସ୍ୱାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା କହିଥିଲେ ଗୀତାଞ୍ଜଳି । ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ସେ ମିଛ କହିଥିଲେ । ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ପରିଚୟ ଦେଇଥିଲେ । ସେପଟେ କିନ୍ତୁ ସ୍ୱାମୀଙ୍କ ଆଧାରକାର୍ଡ ସହିତ ପୂର୍ବ ଫଟୋ, ସ୍ୱାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅଡୁଆରେ ପଡ଼ିଥିଲେ । ଗୀତାଞ୍ଜଳିଙ୍କ ଚାଲବାଜି ଧରାପଡ଼ିବା ପରେ ସେ ବଦନାମ ହୋଇଥିଲେ । ଜିଆରପି ତାଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Leave a Reply

Your email address will not be published. Required fields are marked *