‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’,ଏଣିକି ଚିନ୍ତା ମୁକ୍ତ ହେବେ ଗରିବ ମାତା-ପିତା

ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁହେବ ମୂଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଗରିବ,ଦୁଃଖି ବାପା ମାଆଙ୍କ ମୁଣ୍ଡରୁ ବୋଝ ହାଲୁକା କରିଛନ୍ତି ରାଜ୍ୟ ସରକାର। ଏଣିକି ଝିଅ ବାହାଘର ପାଇଁ ରହିବନି ଚିନ୍ତା। ଆର୍ଥିକ ବର୍ଷ ଲାଗି ୨୦୨୫-୨୬ ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥଲେ।

ତେବେ ଏହା ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୁନେଲି କିରଣର ପ୍ରତିଶୃତି। ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ ରେ ମିଳିଛି ଝିଅ ମାନଙ୍କ ପାଇଁ ନୂତନ ଯୋଜନା। ଯାହାର ନାଁ…..’ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’

୨୫ ବର୍ଷର ବିଜେଡ଼ି ରେକର୍ଡ଼ ଭାଙ୍ଗି, ଓଡ଼ିଶାକୁ ବିଜେପି ଆସିବା ପରେ ମହିଳାଙ୍କ ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା। ବର୍ଷକୁ ଦୁଇଟି କିସ୍ତି ଦେଇ ହିତାଧିକାରୀଙ୍କୁ ଦେଉଛନ୍ତି ୧୦ ହଜାର ଟଙ୍କା । ପ୍ରଥମ କିସ୍ତି ସମସ୍ତେ ପାଇ ସାରିଥିବା ବେଳେ ମାର୍ଚ୍ଚ ରେ ପାଇବେ ଦ୍ୱିତୀୟ କିସ୍ତି । ମହିଳାଙ୍କ କଥା ସରୁ ସରୁ ପୁଣି ଝିଅ ମାନଙ୍କ ପାଇଁ ଉପହାର ଦେଇଛନ୍ତି ମୋହନ ସରକାର ।

କଣ ଏଇ ‘ମୂଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା’
ଗରୀବ ବାପ ମୁଣ୍ଡରୁ ବୋଝ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି ମୂଖ୍ୟମନ୍ତ୍ରୀ । ସେଥିଲାଗି ଚଳିତ ବର୍ଷ ବଜେଟରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଅଣା ଯାଇଛି। ଯାହାଦ୍ବାରା ଗରିବ ବାପା ମାଆ ଚିନ୍ତା ମୁକ୍ତ ହୋଇପାରିବେ। ତେବେ ବଜେଟ୍ ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ….

କନ୍ୟା ସନ୍ତାନ ପ୍ରତ୍ୟେକ ମାତା ପିତା ପାଇଁ ଆଶ୍ରିବଦ ବୋଝ ନୁହେଁ। ଆମେ ସେମାନଙ୍କ ସବୁ ସ୍ବପ୍ନ ପୁରୁଣ କରିବା ପାଇଁ ସମ୍ନାନ ଏବଂ ସସକ୍ତ କରିବା ଉଚିତ୍। ଓଡ଼ିଆ ପରମ୍ପରା ଅନୁସାରେ ଝିଅ ବାହାଘର କରିବା ମହଙ୍ଗା ହେବାରେ ଲାଗିଛି। ବେଳେବେଳେ ବାପା ମା ଝିଅ ବାହାଘର କରିବା ଲାଗି ଅସହାୟ ହୋଇପଡନ୍ତି। ସେଥିଲଗି ମୁଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଛି।

ତେବେ ବିବାହ ଯୋଜନା ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି। ଏହି ଯୋଜନା ଖୁବ୍ ଶୀଘ୍ର ଲାଗୁହେବ ବୋଲି ଜଣାପଡିଛି। ହେଲେ ଏହାର ସବିଶେଷ ତଥ୍ୟ ସାମ୍ନାକୁ ଆସିନ ଥିବା ବେଳେ ସୁଭଦ୍ରା ଯୋଜନା ଭଳି ଏହାର ଗାଇଡ ଲାଇନ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।