ଆଉ କେତେ ନଷ୍ଟ ହେବ ?

ଜି ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବରେ ଜନ ଜୀବନ, ଫସଲ, ନଷ୍ଟ, ଗାଈ ମୃତ୍ୟୁକୁ ନେଇ ଜି ଉଦୟଗିରି ବ୍ଲକର ବହୁ ବ୍ୟକ୍ତି ଜି ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ ହାତୀ ଉପଦ୍ରବରେ ବହୁ ଫସଲ, ଘର, ଗଛ ନଷ୍ଟ ହେବା ସହ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାର ସ୍ଥାୟୀ ସମାଧାନ ସହ ଦନ୍ତା ହାତୀକୁ ଟ୍ରାଙ୍କୁ ଲାଈଜ୍ କରି ଘଉଡାଇବା ବ୍ୟବସ୍ଥା କରିବା ପାଇଁ ଲୋକେ ଅଡି ବସିଛନ୍ତି। ଫୁଲବାଣୀ ଡି ଏଫ୍ ଓ ଆସି ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ କହିଛନ୍ତି। ତେବେ ବର୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।