
IPLରୁ ମୋଟ କେତେ ରୋଜଗାର କରେ ହଟ୍ଷ୍ଟାର୍ ?ଜାଣିଲେ ହୋଇଯିବେ ଆଶ୍ଚର୍ଯ୍। ଆମେ ସମସ୍ତେ ଜାଣିଛୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍IPL, କେବଳ କ୍ରିକେଟ ର ନାଁ ନୁହେଁ, ଏହା ଲକ୍ଷ କୋଟି ରୋଜଗାର କରୁଥିବା ଏକ ବଡ ପ୍ଲାଟଫର୍ମ । ଫ୍ରାଞ୍ଚାଇଜିଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ, ସମସ୍ତେ IPLଋ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଇନକୋମ ପ୍ରାୟତଃ ବିଜ୍ଞାପନ, ବ୍ରଡକାଷ୍ଟିଙ୍ଗ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିଥାଏ ।ଏବେ କଥା ଉଠିଛି ଜିଓ ହଟ୍ଷ୍ଟାର୍ ର ,ଏହାର ବ୍ରଡକାଷ୍ଟିଙ୍ଗ୍ରୁ ହଟ୍ଷ୍ଟାର୍ ପ୍ରତି ସିଜନରେ ରୋଜଗାର କରିଥାଏ କୋଟି କୋଟି ଟଙ୍କା।

ଆସନ୍ତୁ ଜାଣିବା ଜିଓ ହଟ୍ଷ୍ଟାର୍ କେତେ ରୋଜଗାର କରେ IPLର ପ୍ରତ୍ୟେକ ସିଜିନରୁ । ଜିଓ ଏବଂ ହଟ୍ଷ୍ଟାର୍ର ମିଶ୍ରଣ ପରେ ଏହାର ୟୁଜର୍ସ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି ।ଏବେ ହଟ୍ଷ୍ଟାର୍ Netflixକୁ ମଧ୍ଯ ପଛରେ ପକାଇବାକୁ ଯାଉଛି । ଜିଓ ହଟ୍ଷ୍ଟାର୍ର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତକୁ ବୃଦ୍ଧି ପାଇଛି ।ଯାହା ଏପ୍ରିଲରେ ପ୍ରାୟ ୨୦୦ ନିୟୁତ ଥିଲା ହେଲେ Netflixରେ ସାରା ବିଶ୍ୱରେ ୩୦୦ ନିୟୁତ ସବସ୍କ୍ରିପସନ ଥିବା ସତ୍ବେ ,ହଟ୍ଷ୍ଟାର୍ ପାଇଁ ପଛରେ ରହିଯିବକି Netflix । ଖାଲି ସେତିକି ନୁହେଁ ଜିଓ ହଟ୍ଷ୍ଟାର୍ ଏହି ଇଭେଣ୍ଟରୁ ୪୫୦୦ କୋଟି ଟଙ୍କା ରାଜସ୍ୱ ପାଇବାର ଆଶା କରାଯାଉଛି । IPLର ଏହି ସିଜିନ୍ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଜିଓ ହଟ୍ଷ୍ଟାର୍ ପାଇଁ ବହୁତ ଭଲ ରହିଛି।