
ରାଜଧାନୀରେ ହୋର୍ଡିଂକୁ ନେଇ ତେଜିଲା ରାଜନୀତି । ବିଏମସି କମିଶନର, ପୋଲିସ କମିଶନରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ହୋର୍ଡିଂ ଉଠାଇବାରେ ପାତରଅନ୍ତର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସହରରେ କେବଳ ଶାସକ ଦଳର ହୋର୍ଡିଂ ଲାଗିଥିବା ଅଭିଯୋଗ ଆଣି ଚିଠି ଲେଖିଛନ୍ତି ଅପରାଜିତା ।ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ପରଦିନ ତାଙ୍କର ସମସ୍ତ ହୋର୍ଡିଂ ବିଏମ୍ସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇ ଦେଇଥିଲା ।
ହେଲେ ଏପର୍ଯ୍ୟନ୍ତ ଶାସକ ଦଳର ହୋର୍ଡିଂ ହଟାଯାଇନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି