
ସ୍କୁଲରୁ ଫେରିବା ସମୟରେ ମହୁମାଛି ର ଶିକାର ହୋଇଛନ୍ତି ଉଭୟ ବାପା ଓ ପୁଅ | ଗୁରୁତର ଅବସ୍ଥାରେ କରାଯାଇଛି ଉଦ୍ଧାର | ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀ ରେ ଥିବା ୩ ନଂ ଗେଟ୍ ସାମ୍ନାରେ ମହୁମାଛି ଆକ୍ରମଣରେ ବାପପୁଅ ଗୁରୁତ୍ତର ହୋଇଛନ୍ତି। ପୁଅ ସ୍ଵସ୍ତିକ ବିଶ୍ଵାଳ ଦିପ୍ରହର ସମୟରେ ସ୍କୁଲ ଛୁଟି ହେବା ପରେ ବାପା ଲଲିତ ବିଶ୍ଵାଳଙ୍କ ସହ ସ୍କୁଟି ରେ ଘରକୁ ଆସୁଥିଲେ | ଠିକ ସେହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। କ୍ଷୀରୋଦ ସାମଲ ନାମକ ଜଣେ ବ୍ୟକ୍ତି ସାହସ ଜୁଟାଇ ଏକ ପାଲ ଘୋଡାଇ ଦୁଇ ଜଣଙ୍କୁ ଉଦ୍ଧାର କରି ନାଲକୋ ମେଡ଼ିକାଲକୁ ପଠାଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୂତର ହେବା ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ୍କୁ ପଠେଇ ଦିଆଯାଇଛି। ପୂର୍ବ ବର୍ଷ ଠିକ ସେହି କଲୋନୀ ରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ଜଣେ ମହିଳା | କିନ୍ତୁ ସରକାରଙ୍କ ଦୃଷ୍ଟି ଏ ଯାଏ କାହିଁକି ଏଠି ପଡୁନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି | ଏହିଭଳି ଘଟଣା ଆଗକୁ କିଭଳି ନ ଘଟିବ ସେଥିପାଇଁ ନାଲକୋ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।