କଙ୍ଗନାଙ୍କୁ ହାଇକୋର୍ଟର ନୋଟିସ୍‌, ୨୧ ସୁଦ୍ଧା ଜବାର ରଖିବାକୁ ନିର୍ଦ୍ଦେଶ

ଏବେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିବା ସାଂସଦ କଙ୍ଗନା ରାଣାଓ୍ୱତଙ୍କ ବଢିଛି ଅଡୁଆ । କେବେ ବି ସେ ହରାଇ ପାରନ୍ତି ସାଂସଦ ପଦ । କଙ୍ଗନାଙ୍କୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସାଂସଦ ପଦ ରଦ୍ଦ ଦାବିରେ ପିଟିସନ ଦାଖଲ କରାଯାଇଥିବା ବେଳେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି ।

ତେବେ ତାଙ୍କ ବିରୁଦ୍ଦରେ କିଏ ଆଉ କାହିଁକି ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ବାସ୍ତବରେ ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ କିନ୍ନଉର# ନିବାସୀ ଲାୟକ ରାମ ନେଗି କଙ୍ଗନାଙ୍କ ନିର୍ବାଚନକୁ ବାତିଲ କରିବାକୁ ଦାବି କରିଛନ୍ତି । ନେଗି, ମଣ୍ଡିରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ହେଲେ ନିର୍ବାଚନ ଅଧିକାରୀ ଭୁଲ୍‌ ଉପାୟରେ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ କରିଥିଲେ । ହେଲେ ସେ କହିଛିନ୍ତି, ଯଦି ତାଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥାନ୍ତା ତେବେ ସେ ଜିତିଥାନ୍ତେ । ତେଣୁ, ପୁଣି ଥରେ ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି । ତେବେ ଚଳିତ ନିର୍ବାଚନରେ ଡେବ୍ୟୁ କରି ବିଜୟୀ ହୋଇଥିବା କଙ୍ଗନାଙ୍କୁ ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଜବାର ରଖିବାକୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *