ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କଲା ନିଜ ଦିଅର। ହତ୍ୟା ପରେ ଦୈତାରୀ ଥାନା ରେ ଆତ୍ମସମର୍ପଣ କଲା ଅଭିଯୁକ୍ତ। ସୂଚନା ଅନୁଯାୟୀ ପାତନା ଗାଁର ସିଦ୍ଧ ମୁର୍ମୁଙ୍କ ପତ୍ନୀଙ୍କୁ ସିଦ୍ଧ ଙ୍କ ସାନଭାଇ ଗଙ୍ଗା ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଛି।

କିଛି ଦିନ ତଳେ ଗଙ୍ଗାର ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ତା ଭାଉଜ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ ଘେରରେ ରହୁଥିଲା ଅଭିଯୁକ୍ତ । ଗଙ୍ଗାର ଛୁଆ ଙ୍କ ଦେହ ମଧ୍ୟ ଖରାପ ହେଉଥିବା ତେଣୁ ଭାଉଜକୁ ରାସ୍ତାରୁ ହଟାଇବାର ସୁଯୋଗ ଖୋଜୁଥିଲା ଅଭିଯୁକ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଗଙ୍ଗା।

ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଥିଲା । ପରେ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ଼ତଦେହ ଜବଦ କରି ତଦନ୍ତ ଆରମ୍ବ କରିଛି।

Leave a Reply

Your email address will not be published. Required fields are marked *