ଛତିଶଗଡ଼ର ବସ୍ତର ଜିଲ୍ଲା କ’ଣ ମାଓବାଦ ମୁକ୍ତ ହୋଇଗଲା?

ଛତିଶଗଡ଼ରେ ମାଓବାଦୀଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ, ବସ୍ତରକୁ ‘ମାଓବାଦ ମୁକ୍ତ’ ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ତର୍କ।

ବୁଧବାର ଦିନ, ବସ୍ତରକୁ ‘ମାଓବାଦୀ ମୁକ୍ତ’ ଘୋଷଣା କରାଯିବା ଖବର ଦିନସାରା ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଥିଲା।

ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି ଯେ ସୁରକ୍ଷା ବାହିନୀ ମାଓ ପ୍ରଭାବିତ ଅଞ୍ଚଳରେ ନିରନ୍ତର ଅପରେସନ୍ ଚଳାଇଛନ୍ତି ଏବଂ ମାଓବାଦୀଙ୍କ ପରିସର ସଙ୍କୁଚିତ ହେଉଛି।

ବିଷ୍ଣୁଦେବ ସାଏ ଗଣମାଧ୍ୟମକୁ କହିଛନ୍ତି, “କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ମାଓ ଆତଙ୍କରୁ ମୁକ୍ତ କରିବାର ଲକ୍ଷ୍ୟ ରଖିଛନ୍ତି। ଆମେ ନିରନ୍ତର ଏହା ଆଡ଼କୁ ଆଗକୁ ବଢ଼ୁଛୁ। ସୁରକ୍ଷା ବାହିନୀ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଉଛନ୍ତି। ନିଶ୍ଚିତ ଭାବରେ, ଏବେ ଆମେ ଲକ୍ଷ୍ୟର ବହୁତ ନିକଟରେ ଅଛୁ।”

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟର ବିପରୀତ, ତାଙ୍କ ସରକାରର ଜଣେ ମନ୍ତ୍ରୀ ବସ୍ତରକୁ ‘ମାଓବାଦୀ ମୁକ୍ତ’ ଘୋଷଣା କରି ଦେଇଛନ୍ତି ।