ହର ହର ମହାଦେବ …

ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଓ ଏକାଦଶୀ ତିଥିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ଵର ସ୍ଥିତ କେଶରୀ କ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଚଣ୍ଡିହର ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠିଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଶହ ଶହ କାଉଡ଼ିଆ ଚଣ୍ଡିହର ଦେବଙ୍କ ପୀଠରେ ପହଞ୍ଚି ସାରିଥିଲେ।ରାତି ୨ ଟାରୁ ଠାକୁର ଙ୍କ ପହଡ ଖୋଲାଯାଇ ଅବକାଶ ଓ ମଙ୍ଗଳ ଆଳତି ନୀତିକାନ୍ତି ପରେ ରାତି ୩ ଟାରୁ ଜଳ ଲାଗି ଆରମ୍ଭ ହୋଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।