ଗୁଏନା: ସ୍କୁଲ ଡର୍ମିଟୋରୀରେ ଅଗ୍ନିକାଣ୍ଡ, ୧୯ ଜୀବନ୍ତ ଦଗ୍ଧ

ଦକ୍ଷିଣ ଆମେରିକାର ଛୋଟ ଦେଶ ଗୁଏନାର ଏକ ସ୍କୁଲ ଡର୍ମିଟୋରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ୧୯ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଗୁଏନା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ରବିବାର କେନ୍ଦ୍ରୀୟ ଗୁଏନାର ମେହଦିଆ ସେକେଣ୍ଡାରୀ ସ୍କୁଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୧୯ ଜଣ ଜୀବନ୍ତ ଦଗ୍ଧ ଦଗ୍ଧ ହୋଇଛନ୍ତି । ବହୁ ଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୯ ଜଣ ଗୁରୁତର ଥିବା ସୂଚନା ମିଳିଛି । ଆହତମାନଙ୍କୁ ଦୁଇଟି ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘରୋଇ ଓ ଜର୍ଜଟାଉନ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ରବିବାର ମେହଦିଆ ସେକେଣ୍ଡାରୀ ସ୍କୁଲରେ ଅଗ୍ନିକାଣ୍ଡ ଘଟିଥିଲା । ଗେଟ୍ ତାଲା ଏବଂ ଡୋର ପଡ଼ିଥିବାରୁ ପିଲାମାନେ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଥିଲେ । ଉକ୍ତ ଅଞ୍ଚଳରେ ଏବେ ପ୍ରବଳ ବର୍ଷା ବି ହୋଇଛି ।

ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି । ସେପଟେ, ଏହାର ପ୍ରତିବାଦରେ କିଛି ସ୍ଥାନରେ ବିକ୍ଷୋଭ କରିଛନ୍ତି ଅଭିଭାବକ ଏବଂ ସମ୍ପର୍କୀୟମାନେ । ପିଲାଙ୍କ ସୁରକ୍ଷା, ନିରାପତ୍ତା ନେଇ ଅବ୍ୟବସ୍ଥାକୁ ସେମାନେ ଦାୟୀ କରିଛନ୍ତି । ତୁରନ୍ତ ତଦନ୍ତ ସହ ପଦକ୍ଷେପ ନେବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି ।

ଗୁଏନା ହେଉଛି ଏକ ଛୋଟ ରାଷ୍ଟ୍ର । ଏଠାରେ ପ୍ରାୟ ୮ ଲକ୍ଷ ଲୋକ ବାସ କରନ୍ତି । ଏହା ଇଂରାଜୀ ଭାଷୀ ଦେଶ । ପୂର୍ବରୁ ଏଠାରେ ଓଲନ୍ଦାଜ ଓ ବ୍ରିଟିସମାନେ ଉପନିବେଶ ସ୍ଥାପନ କରିଥିଲେ । ଗୁଏନାରେ ବହୁତ ତେଲଖଣି ରହିଛି । ଏହା ଦୁଃଖଦ ଘଟଣା, ବଡ଼ ବିପର୍ଯ୍ୟୟ ବୋଲି ଗୁଏନା ରାଷ୍ଟ୍ରପତି ଇରଫାନ ଅଲି କହିଛନ୍ତି ।

Leave a Reply

Your email address will not be published. Required fields are marked *