ରୋହିତଙ୍କଠାରୁ ସୁଦର୍ଶନ ପର୍ଯ୍ୟନ୍ତ, ଏହି ରେକର୍ଡ ପାଇଁ ସର୍ବଦା ମନେ ରଖାଯିବ IPL 2025 ର ଏଲିମିନେଟର ମୁକାବିଲା

ଆଇପିଏଲ୨୦୨୫ ର ଏଲିମିନେଟର ମ୍ୟାଚ୍ ୩୦ ମଇରେ ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଯେଉଁଠାରେ ଏମଆଇ ଦଳ ଏକ ରୋମାଞ୍ଚକର ମ୍ୟାଚ୍ ରେ ୨୦ ରନରେ ବିଜୟୀ ହେବାରେ ସଫଳ ହୋଇଥିଲା। ମ୍ୟାଚ୍ ସମୟରେ ଉଭୟ ଦଳର ବ୍ୟାଟସମ୍ୟାନ୍ ଭଲ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା। ବିଜୟୀ ଦଳ ପକ୍ଷରୁ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ, ଜିଟି ପକ୍ଷରୁ ସାଇ ସୁଦର୍ଶନଙ୍କ ବ୍ୟାଟ୍ ପୁଣିଥରେ କମାଲ ଦେଖାଇଥିଲା।ହେଲେ , ସେ ତାଙ୍କ ଦଳକୁ ବିଜୟର ସ୍ୱାଦ ଚଖାଇ ପାରିନଥିଲେ। ମ୍ୟାଚ୍ ସମୟରେ କିଛି ପ୍ରମୁଖ ରେକର୍ଡ ମଧ୍ୟ ହୋଇଥିଲା, ଯାହା ଏହି ପ୍ରକାରର –

ପ୍ଲେଅଫ୍‌ରେ ମୁମ୍ବାଇ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲା।

ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇର ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୨୨୮ ରନ୍‌ କରିପାରିଥିଲା, ଯାହା ଆଇପିଏଲ୍ ଇତିହାସରେ ପ୍ଲେଅଫ୍‌ କିମ୍ବା ନକଆଉଟ୍ ମ୍ୟାଚ୍‌ରେ କୌଣସି ଦଳ ଦ୍ୱାରା କରାଯାଇଥିବା ଦ୍ୱିତୀୟ ସର୍ବାଧିକ ସ୍କୋର। ଗୁଜରାଟ ଟାଇଟାନ୍ସ ପ୍ରଥମ ସ୍ଥାନରେ ଅଛି। ୨୦୨୩ର ଏକ ପ୍ଲେଅଫ୍ ମ୍ୟାଚ୍‌ରେ ଜିଟି ତିନି ୱିକେଟ୍ ହରାଇ ୨୩୩ ରନ୍‌ କରିଥିଲା।

ରୋହିତ ଶର୍ମା ଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ୍

ଗତକାଲି ଇନିଂସ ଓପନିଂ କରିବା ସମୟରେ, ରୋହିତ ଶର୍ମା ମୋଟ ୫୦ଟି ବଲ୍ ଖେଳିଥିଲେ। ଏହି ସମୟରେ, ସେ ୧୬୨.୦୦ ଷ୍ଟ୍ରାଇକ୍ ରେଟ୍ ସହିତ ୮୧ ରନ କରିପାରିଥିଲେ। ଏହା ସହିତ, ସେ ଆଇପିଏଲରେ ୭୦୦୦ ରନ ପୂରଣ କରିଛନ୍ତି। ‘ହିଟମ୍ୟାନ୍’ ଶର୍ମା ଆଇପିଏଲରେ ୭୦୦୦ ରନ ପୂରଣ କରିବାରେ ଦ୍ୱିତୀୟ ଖେଳାଳି। ତାଙ୍କ ପୂର୍ବରୁ କେବଳ ବିରାଟ କୋହଲି (୮୬୧୮) ଏହି ବଡ଼ ସଫଳତା ହାସଲ କରିଛନ୍ତି।

‘ହିଟମ୍ୟାନ୍’ ଶର୍ମା ଆଇପିଏଲରେ ୩୦୦ ରୁ ଅଧିକ ଛକା ମାରିଥିବା ଦ୍ୱିତୀୟ ବ୍ୟାଟସମ୍ୟାନ୍

କେବଳ ଏତିକି ନୁହେଁ, ରୋହିତ ଶର୍ମା ଆଇପିଏଲରେ ୩୦୦ ରୁ ଅଧିକ ଛକା ମାରିଥିବା ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି। ପ୍ରଥମ ସ୍ଥାନ ୱେଷ୍ଟଇଣ୍ଡିଜ୍ ର ପୂର୍ବତନ ଓପନର୍ କ୍ରିସ୍ ଗେଲ୍ ନେଇଛନ୍ତି, ଯିଏ ୩୫୭ ଛକା ମାରିଛନ୍ତି। ତାଙ୍କ ପରେ, ରୋହିତ ଶର୍ମା ୩୦୨ ଛକା ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ‘ହିଟମ୍ୟାନ୍’ ଶର୍ମାଙ୍କ ଦ୍ୱାରା ଲଗାଯାଇଥିବା ଏହି ଛକା ମଧ୍ୟରୁ ୨୫୧ ଛକା ଏମଆଇ ପାଇଁ ଖେଳିବା ସମୟରେ ଆସିଛି, ଯାହାକି ୫୧ ଛକା ଡେକାନ୍ ଚାର୍ଜର୍ସ ପାଇଁ ଖେଳିବା ସମୟରେ ଆସିଛି। ଆଇପିଏଲରେ ଏକ ଦଳ ଦ୍ୱାରା ସର୍ବାଧିକ ଛକା ମାରିବାର ରେକର୍ଡ ବିରାଟ କୋହଲି (୨୯୧)ଙ୍କ ନାମରେ ରହିଛି।

ଆଇପିଏଲର ଗୋଟେ ସିଜିନରେ ସର୍ବାଧିକ ରନ ସ୍କୋର କରିବାରେ ପଞ୍ଚମ ବ୍ୟାଟସମ୍ୟାନ ସୁଦର୍ଶନ

ସାଇ ସୁଦର୍ଶନ ଆଇପିଏଲ ସିଜିନରେ ସର୍ବାଧିକ ରନ ସ୍କୋର କରିବାରେ ପଞ୍ଚମ ଖେଳାଳି ହୋଇଛନ୍ତି। ବିରାଟ କୋହଲିଙ୍କ ନାମ ପ୍ରଥମ ସ୍ଥାନରେ ଅଛି। ସେ ୨୦୧୬ରେ ୯୭୩ ରନ କରିଥିଲେ। ଶୁଭମନ ଗିଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗିଲ ୨୦୨୩ରେ ୮୯୦ ରନ କରିଥିଲେ। ଜସ୍ ବଟଲରଙ୍କ ନାମ ତୃତୀୟ ସ୍ଥାନରେ ଅଛି। ବଟଲର ୨୦୨୨ରେ ୮୬୩ ରନ କରିଥିଲେ। ୨୦୧୬ରେ ଡେଭିଡ୍ ୱାର୍ଣ୍ଣର ୮୪୮ ରନ ସହିତ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ସେହି ସମୟରେ ୱାର୍ଣ୍ଣରଙ୍କ ବ୍ୟାଟ୍ ମଧ୍ୟ ଖୁବ ବର୍ଷା କରିଥିଲା। ଏବେ ସୁଦର୍ଶନ ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଚଳିତ ସିଜିନରେ ୭୫୯ ରନ କରିଛନ୍ତି।

୨୦୦ ରନ୍ ର ଲକ୍ଷ୍ୟ ରକ୍ଷା କରି ମୁମ୍ବାଇ ୧୯ତମ ଥର ପାଇଁ ବିଜୟୀ

ଆଇପିଏଲରେ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍ ର ଲକ୍ଷ୍ୟ ରକ୍ଷା କରି ମୁମ୍ବାଇର ବିଜୟ ଧାରା ଜାରି ରହିଛି। ଗତକାଲି, ଦଳ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍ ର ଲକ୍ଷ୍ୟ ରକ୍ଷା କରି ୧୯ତମ ଥର ପାଇଁ ବିଜୟୀ ହୋଇଛି।

ରାସିଦ ଖାନଙ୍କ ନାଁରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ଆଅପିଏଲର ୧୮ ତମ ସିଜିନରେ, କରାମତି ଖାନଙ୍କ ଯାଦୁ ସେମିତି କିଛି ଖାସ ଦେଖିବାକୁ ମିଳି ନଥିଲା । ଏଥର ତାଙ୍କ ବଲକୁ ପ୍ରବଳ ମାଡ଼ ହୋଇଥିଲା। ଆପଣ ତାଙ୍କ ଖରାପ ପଦର୍ଶନର କଥା ଅନୁମାନ କରିପାରିବେ ଯେ ତାଙ୍କ ବିରୁଦ୍ଧରେ ମୋଟ ୩୩ ଟି ଛକା ମରାଯାଇଛି, ଯାହା ଏକ ଆଇପିଏଲ ସିଜିନରେ କୌଣସି ବୋଲରଙ୍କ ବିରୁଦ୍ଧରେ ସର୍ବାଧିକ ଛକା।