ଭୁଲ୍ ସୁଧାରିବ ଗୁଜରାଟ, ପଞ୍ଜାବକୁ ବ୍ୟାଟିଂ ଟେନସନ୍

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ମୋହାଲିରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଗୁଜରାଟକୁ ଲିଡ୍ କରୁଛନ୍ତି ରସିଦ ଖାନ । ଗତ ମ୍ୟାଚରେ କୋଲକାତା ବିପକ୍ଷରେ ମ୍ୟାଚ୍ ହାତଛଡ଼ା କରିଥିଲା ଗୁଜରାଟ । ଶେଷ ଓଭରରେ ରିଙ୍କୁ ସିଂଙ୍କ ବିସ୍ପୋରକ ତଥା ଅବିଶ୍ୱାସନୀୟ ବ୍ୟାଟିଂ ଦଳକୁ ଶକ୍ତ ଧକ୍କା ଦେଇଥିଲା । ଏଭଳି ଭୁଲର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବେ ଖେଳାଳି । ଆଜି ପଞ୍ଜାବ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ନେଇ ମୈଦାନକୁ ଓହ୍ଲାଇବ ଟିମ୍ । ଗୁଜରାଟ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି ।

ସେପଟେ, ପଞ୍ଜାବ ପାଇଁ ଏକାକୀ ଲଢୁଛନ୍ତି ଅଧିନାୟକ ଧାୱନ । କାରଣ ଟିମରେ ଖାସ୍ ବ୍ୟାଟସମ୍ୟାନଙ୍କ ଅଭାବ ରହିଛି । ବୋଲିଂ ଡିପାର୍ଟମେଣ୍ଟ ଭଲ ସ୍ଥିତିରେ ଥିବାବେଳେ ବ୍ୟାଟିଂ ପାଇଁ ଟେନସନରେ ଅଛି ଟିମ୍ । ଗତ ମ୍ୟାଚରେ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା ପଞ୍ଜାବ । ୧୪୩ ରନରୁ ଏକାକୀ ୯୯ ରନର ଇନିଂସ ଖେଳିଥିଲେ ଧାୱନ । ଆଜିର ମ୍ୟାଚରେ ବିଜୟୀ ହେବା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି କରାଯାଇଛି ।

ସେପଟେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇକୁ ୩ ରନରେ ହରାଇ ରୋମାଞ୍ଚକ ବିଜୟ ହାସଲ କରିଥିଲା ରାଜସ୍ଥାନ ।

Leave a Reply

Your email address will not be published. Required fields are marked *