ଯାତ୍ରା ଦେଖାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

ଯାତ୍ରା ଦେଖାରୁ ଗୋଷ୍ଠୀ ସଂଘର୍ଷ। ଯାତ୍ରା ପଡିଆ ପାଲଟିଲା ରଣକ୍ଷେତ୍ର। ଆକ୍ରମଣରେ ୬ ଜଣ ଗୁରୁତର ଆହତ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଧୀନରେ। ନାଲକୋ ଥାନା ଅଧୀନ ଅସ୍ଥାୟୀ ମୁଣ୍ଡା ହଟିଂରେ ଅପେରା ପଡିଛି। ଗତ ରାତି ପ୍ରାୟ ଦେଢଟାରେ କିଛି ପୁରୁଷ ଓ ମହିଳା ବାଙ୍କୀ ହଟିଂରେ ଯାତ୍ରା ଦେଖୁଥିଲେ। ଏହି ସମୟରେ ତିନିଜଣ ଯୁବକ ସେଠାରେ ପହଞ୍ଚିଥିଲେ। କଣ ହେଲା କେଜାଣି ପୂର୍ବରୁ ସେଠାରେ ଯାତ୍ରା ଦେଖୁଥିବା ପୁରୁଷ ଓ ମହିଳା ସେମାନଙ୍କୁ ମାଡ଼ ମାରିଥିଲେ । ଏହା ଦେଖି ସାନ ବାସ୍କେ ଓ ସୁଜିତ୍ ଗୋପ ନାମକ ଦୁଇ ଯୁବକ ଘଟଣା ସ୍ଥଳକୁ ଯାଇ ସେହି ଯୁବକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ସେମାନଙ୍କୁ ମଧ୍ଯ ଘେରିଯାଇଥିଲେ ସେହି ପୁରୁଷ ଓ ମହିଳା। ଏମିତି କି ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ଯାତ୍ରା ପେଣ୍ଡାରେ ଉପସ୍ଥିତ ଲୋକମାନେ ସେଠାକୁ ଯାଇ ବୁଝାଶୁଝା କରିବାକୁ ଚାହିଁବାରୁ ସେମାନଙ୍କୁ ମଧ୍ୟ ସେହି ପୁରୁଷ ଓ ମହିଳାମାନେ ଆକ୍ରମଣ କରିଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ। ତେବେ କମେଣ୍ଟ ମରାକୁ ନେଇ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *