ଇକୋ ରିଟ୍ରିଟ୍ ପାଇଁ ପ୍ରସ୍ତୁତ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍‌ଘାଟନ ହୋଇଯାଇଛି | କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥ୍‌ଙ୍କ ମଧ୍ଯରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ,ଜିଲାପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ,ବ୍ଳକ ଅଧ୍ଯକ୍ଷ ସୁଶାନ୍ତି କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ ଡ. ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଉନ୍ନୟନ ଅଧୂକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଅତିରିକୁ ଜିଲାପାଳ ରମେଶ ଚନ୍ଦ୍ର ଜେନା ବିବରଣୀ ପଠନ କରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ସହ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ ହଳଦୀ, ଅଦା, କଫି, ପନିପରିବା ଆଦି ସମ୍ପର୍କରେ ଉପସ୍ଥିତ ପୁଞ୍ଜି ନିବେଶକାରୀ ଓ ନିମନ୍ତ୍ରିତ ଅତିଥ୍‌ଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ିର ବିକାଶ ତଥା ଅଞ୍ଚଳବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ । କରିବା ପାଇଁ କୃଷି, ପର୍ଯ୍ୟଟନକ୍ଷେତ୍ର ସମେତ ସରକାରୀ-ଶିଳ୍ପ ସଂଳାପ,ବିଭିନ୍ନ କ୍ଷେତ୍ରରେ ଆତିଥ୍ଯ ବ୍ୟବସ୍ଥା,କ୍ଷେତ୍ରରେ ହିତାଧୂକାରୀ ନେଟୱାର୍କିଂ ବିଭିନ୍ନ ବ୍ୟବସାୟିକ କ୍ଷେ ସୁଯୋଗ, ଏଗ୍ରୋ-ଟୁରିଜିମ୍‌ରେ ଅର୍ଥ ବିନିଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା।