
ସୂଚନା ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଡେରାବିଶ ବ୍ଲକରେ ଜାଲ ସାର୍ଟିଫିକେଟ ତଥା ନକଲି ପ୍ରମାଣପତ୍ର ଦେଇ ଡେରାବିଶ ଜଅଁରା ବାରିମୂଳ ପଞ୍ଚାୟତରେ ଏମ୍ବିକେ ଚାକିରୀ ପାଇଥିବା ସୋୟଂପ୍ରଭା ମିଶ୍ରଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ଡେରାବିଶ ବ୍ଲକ ପ୍ରଶାସନ । କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ସମେତ ମିଶନଶକ୍ତି ବିଭାଗ, ୱେଲେମ୍ ବିଭାଗକୁ ଏହି ନିର୍ଦେଶ ନାମା ପ୍ରେରଣ କରାଯାଇଛି । ଦେଢ଼ ବର୍ଷ ପୂର୍ବେ ସୋୟଂପ୍ରଭା ମିଶ୍ର କୁନା ସାରଙ୍କ ସହାୟତାରେ କାରସାଦି କରି ବେଲେଶ୍ୱର ମହାଦେବ ସଂକୃତ ମହାବିଦ୍ୟାଳୟର ଛାତ୍ରୀ ବୋଲି ନିଜକୁ ଦର୍ଶାଇ କଲେଜ ନାମରେ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ ତିଆରି କରି, ଶ୍ରୀ ଜଗନ୍ନାଥ ସଂକୃତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଫର୍ମାଟକୁ ବ୍ୟବହାର କରି ଯୋଗ୍ୟତା ଭିତିକ ନକଲି କଲେଜ ସାର୍ଟିଫିକେଟ ବ୍ଲକରେ ଦେଇ ୨୦୨୩ ମସିହାରୁ ଏମ୍ବିକେ ପଦବୀ ରେ ଚାକିରୀ କରି ଦରମା ନେଉଥିଲେ । ଜାଲ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରି ସରକାରଙ୍କୁ ଠକୁଥିଲେ । ତେବେ, ସେହି ପଦ ପାଇଁ ପ୍ରକୃତ ଯୋଗ୍ୟ ପାର୍ଥୀନୀ ସୀମା ନାୟକ ଆର୍ଟିଆଇରେ ସୋୟଂପ୍ରଭାଙ୍କ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ମଗାଇ ସବୁ ପ୍ରମାଣ ପାଇଥିଲେ. ସୂଚନା ଅଧିକାର ଆଇନ ବଳରେ ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି କରିଥିବା ସୋୟଂପ୍ରଭା ମିଶ୍ରଙ୍କ ଠକାମୀ ପଦାକୁ ଆସିବା ପରେ ଡେରାବିଶ ବିଡ଼ିଓଙ୍କୁ ସୀମା ଅଭିଯୋଗ କରଥିଲେ ।
ଅନ୍ୟପଟେ ବେଲେଶ୍ୱର ମହାଦେବ ସଂକୃତ କଲେଜ ଅଧକ୍ଷା ମଧ୍ୟ ପ୍ରତିକ୍ରିୟା ରଖି ସୋୟଂପ୍ରଭା ତାଙ୍କ କଲେଜର ଛାତ୍ରୀ ନୁହଁ ବୋଲି ସ୍ପଷ୍ଟ କରିଥିଲେ । ସୂଚନା ଟିଭିରେ ଏହି ଘଟଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଉଥିଲା । ଫଳରେ ସୂଚନା ଟିଭିର ସାମ୍ବାଦିକ ବାବୁଲି ମଲ୍ଲିକଙ୍କୁ ନକଲି ସାର୍ଟିଫିକେଟ ରାକେଟ ମାଷ୍ଟର ମାଇଣ୍ଡ କୁନା ଓରଫ ପ୍ରଦୀପ କୁମାର ନାୟକ ଓ ତା’ ଭଡାଟିଆ ଗୁଣ୍ଡା ମାନେ ରାସ୍ତାରେ ଅଟକାଇ ହତ୍ୟା ଧମକ ଦେବା ସହ ଜାତିଆଣ ଆକ୍ଷେପ କରିଥିଲେ । ସୂଚନା ଟିଭିର ଆଉ ଜଣେ ସାମ୍ବାଦିକ ଦେବାସିଷଙ୍କୁ ମଧ୍ୟ ଅନେକ ଚାପ ପକାଯାଇଥିଲା । କୁନା ଓ ତାଙ୍କ ସହଯୋଗୀଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ ସୂଚନା ଟିଭି ରିପୋର୍ଟର ବାବୁଲି ମଳିକ ।
ଅନ୍ୟପଟେ, ସୀମା ନାୟକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଡେରାବିଶ ବ୍ଲକ ପ୍ରଶାସନ ତଦନ୍ତ କରି କୁନାଙ୍କ ସହଯୋଗୀ ସୋୟଂପ୍ରଭା ମିଶ୍ରଙ୍କୁ ଏମ୍ବିକେ ଚାକିରୀରୁ ବହିଷ୍କାର କରିବା ଏଥିସହ ନିଯୁକ୍ତି ସମୟରୁ ବର୍ତମାନ ପର୍ଯ୍ୟନ୍ତ ସୋୟଂପ୍ରଭା ମିଶ୍ର ନେଇଥିବା ପ୍ରତିମାସର ଦରମା ଟଙ୍କା ଫେରସ୍ତ ପାଇଁ ସୋୟଂପ୍ରଭାଙ୍କୁ କଡା ନିର୍ଦେଶନାମା ଦେଇଛନ୍ତି ଡେରାବିଶ ବିଡ଼ିଓ ନମିତା ବାରିକ ।
ସୂଚନା ଟିଭିର ନିଷ୍ଠା ଓ ନିରପେକ୍ଷତାର ସ୍ୱତନ୍ତ୍ର ପ୍ରଭାବ ଯୋଗୁଁ ଏସବୁ ସମ୍ଭବ ହୋଇଥିଵା ଦେଖିବାକୁ ମିଳିଛି । ଏବେ ନକଲି ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ କୁନା ସାର କେବେ ଗିରଫ ହେବ ତାହା ଦେଖିବାକୁ ବାକି ରହିଲା ।