ସରକାରଙ୍କ ପ୍ରତିଶ୍ରୁତି, ଭତ୍ତା ରାଜନୀତି

ବୟସ ୬୩, ନଇଁ ଗଲାଣି ଅଣ୍ଟା, ଠିକ ସେ ଚାଲିପାରୁନାହାନ୍ତି, ବାଡି ଖଣ୍ଡେ ହିଁ ସାହା ଭରସା, ନଇଁ ନଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକକୁ ପ୍ରାୟ ୧୭ କିଲୋମିଟର ପର୍ଯନ୍ତ ଆସିଛନ୍ତି ସରକାରଙ୍କ ନିଦ ଭାଙ୍ଗିବାକୁ, ହଁ ଆଜ୍ଞା, ଯେଉଁ ସରକାର ଘୋଷଣା କରିଥିଲେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ହୋଇଥିବେ ସେମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବେ ବୋଲି, ହେଲେ ସେ ନିଜେ ଏଥିରୁ ବଞ୍ଚିତ ଅଛନ୍ତି, ଏହା କେଉଁ ଉପାନ୍ତ ଅଞ୍ଚଳର ଅବ୍ୟବସ୍ଥା ନୁହଁ, ଏହା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଦେଖିବାକୁ ମିଳିଛି | ଦିବ୍ୟଙ୍ଗ ଭାଗ୍ୟଧର ଖଟୁଆଙ୍କ ଉପରେ ଯେମିତି ଦୁର୍ଭାଗ୍ୟର କଳାବାଦଲ ଘୋଟିଯାଇଛି | ନିଜେ ଦିବ୍ୟଙ୍ଗ ହୋଇ ନିଜେ ନିଜ ପାଇଁ ଲଢେଇ କରୁଛନ୍ତି, ଦିବ୍ୟଙ୍ଗ ପ୍ରମାଣପତ୍ର ଥାଇ ୧୨୦୦ ଟଙ୍କା ଭତ୍ତା ମଧ୍ୟ ପାଉଛନ୍ତି, ହେଲେ ସରକାରୀ ନିୟମ ଅନୁସାରେ ୩୫୦୦ ଟଙ୍କା ପାଇବା କଥା, ପ୍ରଶାସନିକ ଅବହେଳା ଯୋଗୁଁ ଭାଗ୍ୟଧରଙ୍କ ବର୍ଦ୍ଧିତ ଭତା ଦେଇପାରିନଥିବା ସରପଞ୍ଚ ସ୍ୱୀକାର କରିଥିବାବେଳେ ଭାଗ୍ୟଧର କିନ୍ତୁ ସରକାର, ପ୍ରଶାସନ ଓ ସରପଞ୍ଚଙ୍କ ଅବହେଳାରୁ ବର୍ଦ୍ଧିତ ଭତା ପାଇନଥିବା କହିଛନ୍ତି,

ଏ ଘଟଣାକୁ ନେଇ ଡେରାବିଶ ରାଜନୈତିକ ମହଲରେ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି, ଯଥାଶୀଘ୍ର ତଦନ୍ତ କରି ଭାଗ୍ୟଧରଙ୍କୁ ଭତ୍ତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିବାବେଳେ ନିଜେ ଭାଗ୍ୟଧର ଡେରାବିଶ ବ୍ଲକରେ ପହଁଚି ବିଡ଼ିଓ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨୦୦ ରୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରିଵା ପାଇଁ ଆକୁଳ ନିବେଦନ କରିଛନ୍ତି |

Leave a Reply

Your email address will not be published. Required fields are marked *