
ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ଲାଇନ ଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ। ପିପିଏଲ (PPL) ସାର କାରଖାନାରୁ ଜିପସମ ଲୋଡିଂ କରି ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ତୁରନ୍ତ ଏହାକୁ ଠିକ କରିବା ପାଇଁ ରେଲୱେର ଅଧିକାରୀମାନେ ପ୍ରୟାସ କରିଛନ୍ତି।

ପ୍ରଥମେ ଅନ୍ୟ ଏକ ଇଞ୍ଜିନ ସହାୟତାରେ ଟ୍ରେନକୁ ପଛକୁ ଟାଣିବା ସହିତ ତିନୋଟି ବଗିକୁ ହାଇଡ୍ରୋଲିକ ମେସିନ ସହାୟତାରେ ସିଧା କରାଯାଇଛି। ଟ୍ରେନକୁ ପୁଣି ପିପିଏଲ (PPL) ଭିତରକୁ ନିଆଯାଇଛି। ଲାଇନକୁ ମରାମତି କରିବା ପରେ ଟ୍ରେନ ଗୁଡିକ ଯିବା ଆସିବା କରିବ। ତେବେ ଟ୍ରେନ ଲାଇନ ଚ୍ୟୁତ ହେବାର ସଠିକ କାରଣ ଜଣାପଡି ନାହିଁ।
— ପାରାଦ୍ଵୀପରୁ ସୁମନ୍ତ ସ୍ୱାଇଁଙ୍କ ରିପୋର୍ଟ