କେନ୍ଦୁଝରର ଗୋପପୁରରେ ମିଳିଛି ସୁନା ଖଣିର ସନ୍ଧାନ

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର ଗୋପପୁର ଗାଁ ନିକଟରେ ମିଳିଛି ସୁନା ଖଣିର ସନ୍ଧାନ । ପ୍ରଥମେ ୨୦୨୧-୨୨ ମସିହାରେ ଏହି ଅଞ୍ଚଳରେ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଦିର୍ଘ ଦିନ ଧରି କ୍ୟାମ୍ପ ପକାଇ ସର୍ଭେ କରାଯିବା ସହ ୧୧୦ ମିଟର ପର୍ଯ୍ୟନ୍ତ ମାଟିରେ ଡ୍ରିଲ କରି କୋର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯିବା ପରେ କାମ ବନ୍ଦ ରହିଥିଲା । ପୁନଶ୍ଚ ଏବେ ପୁଣି ୩ ମାସ ହେବ ଏଠାରେ କ୍ୟାମ୍ପ ପଡି ସର୍ଭେ କାମ ଚାଲିଛି । ଏଥର ମଧ୍ୟ ୧୩୦ରୁ ୧୫୦ ମିଟର ପର୍ଯ୍ୟନ୍ତ ମାଟିକୁ ଡ୍ରିଲ୍ କରି ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇ ପଠାଯାଉଛି ।

ତେବେ ୧୯୮୧-୮୩ ଓ ୧୯୮୯-୯୬ରେ ଏହି ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା । ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆନ ଓ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଜି-୨ ସ୍ତରରେ ୨୦୨୧-୨୨ରୁ ଚାଲୁ ରହିଛି । ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀ ସ୍ତରରେ ଏବେ କୌଣସି ଯୋଜନା ନାହିଁ । ଅବଶ୍ୟ ଏହି ଖଣି ଅଂଚଳରେ ୩୧୧.୦୭ କେଜି ସୁନା ଗଚ୍ଛିତ ଥିବା ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି ।

Comments

Leave a Reply

Your email address will not be published. Required fields are marked *