ରଥଯାତ୍ରାରେ ସାଂସଦ ଓ ବିଧାୟକଙ୍କ ବୃକ୍ଷ ରୋପଣ

ପବିତ୍ର ରଥଯାତ୍ରା ଅବସରରେ ଗଞ୍ଜାମ ଖଲ୍ଲିକୋଟ ଏନ ଏ ସି ଅନ୍ତର୍ଗତ ଜୟଦୁର୍ଗା ପାହାଡ଼ ପାଦଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ପାହାଡ ପାଦଦେଶରେ ଥିବା ମା ବଡ଼ ରାଉଳ ଠାକୁରାଣୀ ମନ୍ଦିର ଆଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସିକା ସାଂସଦ ଅନିତା ସୁଭଦର୍ଶନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ଲଗାଇବା ପରେ ଉପସ୍ଥିତ ନେତୃମଣ୍ଡଳୀ ସ୍ଥାନୀୟ ମହିଳା ମାନଙ୍କୁ ଲଗା ଯାଇଥିବା ବୃକ୍ଷକୁ ନିଜ ପିଲା ପରି ଯତ୍ନ ନେଇ ବଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ।


ସାଂସଦ ଅନୀତା ପଟନାୟକ ଓ ବିଧାୟକ ସେଠୀ ମନ୍ଦିର ପରିଦର୍ଶନ କରି ପାନୀୟ ଜଳ , ବିଜୁଳି ଓ ଏକ ରୋସେଇଶାଳା ସହିତ ଯାତ୍ରୀ ବିଶ୍ରାମାଗାର ସମେତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଶ୍ୟାମସୁନ୍ଦରପୁର ଗ୍ରାମବାସୀଙ୍କଠାରୁ ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଏନଏସିର ପ୍ରାକ୍ତନ ନଗରପାଳ ଓ ପ୍ରଭାରୀ ଶଙ୍କର ପ୍ରସାଦ ନାହାକ, ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ରାଣୀ ନାହାକ ଓ ଖଲ୍ଲିକୋଟ ନଗର ବିଜେପି ସଭାପତି ସିମାଞ୍ଚଳ ଗୌଡ଼ ଶ୍ୟାମାସୁନ୍ଦରପୁର ୮ ନମ୍ବର କାଉ ନସିଲର ରେମତି ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉକ୍ତ ୱାର୍ଡରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୨୦ ରୁ ଊର୍ଦ୍ଧ୍ୱ ବାସିନ୍ଦା ଘର କରି ରହିଥିବା ବେଳେ ସେମାନଙ୍କ ନାମରେ ଘରବାରି ପଟା ହୋଇ ପାରୁନଥିବାରୁ ସେମାନେ ଆବାସ ଯୋଜନା, ଜାତିଗତ ପ୍ରମାଣ ପତ୍ର ,ବାସିନ୍ଦା ଓ ଆୟ ପ୍ରମାଣ ପତ୍ର ପାଇବାରୁ ବଂଚିତ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Comments

Leave a Reply

Your email address will not be published. Required fields are marked *