ଭୁବନେଶ୍ୱର: ପାଣି ପାଇପ ଲାଇନ ଖୋଳୁ ଖୋଳୁ ଫାଟିଲା ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ

ଭୁବନେଶ୍ବର ସୈନିକ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ୱାଟକୋ ପାଣି ପାଇପ୍ କାମ କରୁଥିବା ବେଳେ ବିସ୍ଫୋରଣ ହୋଇଛି । ଜେସିବି ଖୋଳିବା ସମୟରେ ମଝିରୁ ଫାଟିଥିଲା ଗେଲ୍ ଇଣ୍ଡିଆର ଗ୍ୟାସ୍ ପାଇପ୍ ଲାଇନ୍ । ଫଳରେ ଦୀର୍ଘ ୧ ଘଣ୍ଟା ଧରି ପାଇପ୍‌ରୁ ଗ୍ୟାସ୍ ଲିକ୍ ହୋଇ ଚାରିଆଡ଼େ ବ୍ୟାପିଥିଲା ।

ଏନେଇ ଗେଲ୍ ଇଣ୍ଡିଆ ଅଧିକାରୀମାନେ ଏମର୍ଜେନ୍ସୀ ରେସପନ୍ସ ଭେହିକିଲ ଡାକି ପାଇପ୍ ଲାଇନ୍ ମରାମତି କରିବା ସହ ସ୍ଥାନୀୟ ଲୋକେ ମୈତ୍ରୀବିହାର ପୋଲିସକୁ ଖବର ଦେଇଥିଲେ । ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୱାଟକୋର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ।

Leave a Reply

Your email address will not be published. Required fields are marked *