
ରାଜନଗର ବ୍ଲକ ଧୋଇଆ ଅଞ୍ଚଳ ନଗଡ଼ ଗାଁର ଲାଇଫ ଲାଇନ କୁହାଯାଉଥିବା କଂକ୍ରିଟ୍ ପୋଲ ଏବେ ବିପଦ ମୁଖରେ,୧୮ ଟନ ଭାରସାମ୍ୟ ପୋଲ ଉପରେ ୪୦ ଟନର ବଡ଼ ପଥର ସହିତ ହାଇୱା ଯାଉଛି। ଲୋକେ ବିରୋଧ କରିବାରୁ ଲୋକଙ୍କୁ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପୋଷା ଗୁଣ୍ଡା ଓ କଣ୍ଟ୍ରାକ୍ଟର ଗୁଳି କରି ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ନଗଡ଼ର ଅଧିବାସୀ। ଲୋକଙ୍କ ଅଭିଯୋଗ ଅନୁଯାଇ ଓସ୍ତିଆ ପଞ୍ଚାୟତ ନଗଡ଼ ଗାଁ ଏକ ଧୋଇଆ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟକ ବର୍ଷ ବନ୍ୟାରେ ଏହି ଗାଁ ଜଳମଗ୍ନ ରହିଥାଏ ଫଳରେ ଗାଁକୁ ଯିବାଆସିବା ପାଇଁ ଅନେକ ସମସ୍ୟା ହୁଏ। ଏଭଳି ପରିସ୍ଥିତି ରେ ଗାଁକୁ ଯିବାଆସିବା କରିବା ପାଇଁ ଏକମାତ୍ର ବାଟ ଏହି କଂକ୍ରିଟ୍ ପୋଲ।
ଯେଉଁ ପୋଲ ନିର୍ମାଣ କରିବା ପାଇଁ ଗାଁର ଅଧିବାସୀ ମାନେ ଅନେକ ସଂଘର୍ଷ କରି ପୂର୍ବ ବିଜେଡି ଶାସନ ସମୟରେ ବିଧାୟକ ଧ୍ରୁବ ଚରଣ ସାହୁ ଙ୍କ ଜରିଆରେ ଡ୍ରେନେଜ ବିଭାଗ ଦ୍ବାରା ଏହି ପୋଲ ନିର୍ମାଣ କରିଥିଲେ। ମାତ୍ର ଦୁଃଖର କଥା କଣ୍ଟ୍ରାକ୍ଟର ଓ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମଧୁ ଚନ୍ଦ୍ରିକା ପାଇଁ ଆଜି ଏହି ପୋଲ ଭାଙ୍ଗିବାକୁ ବସିଛି। ସୂଚନା ଥାଉ କି ନଗଡ଼ ଗାଁକୁ ନଦୀ କୂଳ ଲଂଘୁଥିବାରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ହୋଇ ନଦୀ କୂଳରେ ବଡ଼ ବଡ଼ ପଥର ପଡୁଛି, ଯେଉଁ ପଥର ଗାଁର ପୋଲ ନିକଟରେ ରଖା ଯାଇଛି, ପ୍ରତ୍ୟକ ଦିନ ସେହି ବଡ଼ ପଥରରୁ ୪୦ ଟନ ରୁ ଉର୍ଦ୍ଧ ପଥରକୁ ବଡ଼ ବଡ଼ ହାଇୱା ଜରିଆରେ ଗାଁର ଏହି ପୋଲ ଦେଇ ନଦୀ କୂଳକୁ ନିଆ ଯାଉଛି, ଯାହା ଦ୍ବାରା ଏହି ପୋଲ ଦୁର୍ବଳ ହେବାରେ ଲାଗିଛି, କାରଣ ଏହି ପୋଲର ଭାରସାମ୍ୟ ୧୮ ଟନ ରହିଥିବା ବେଳେ ପୋଲ ଉପରେ ହାଇୱା ସହିତ ୪୦ ଟନ ପଥର ପ୍ରତ୍ୟକ ଦିନ ଯାଉଛି।
ଏହାକୁ ବିରୁଦ୍ଧ କରିବାରୁ ବିଧାୟକ ଧ୍ରୁବ ସାହୁ ଙ୍କ ପୋଷା ଗୁଣ୍ଡା ଓ ପଥର କାମ ନେଇଥିବା କଣ୍ଟ୍ରାକ୍ଟର ଲୋକଙ୍କୁ ଗୁଳି କରି ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଅନ୍ୟ ପକ୍ଷେ ଏଭଳି ବିପଦ ସମୟରେ ହାଇୱା ବୋଝେଇ ପଥରକୁ ଗାଁର ପୋଲ ଉପରେ ନ ଛାଡିବାକୁ ଗାଁ ଲୋକେ ଜିଦି କରି ବସିଛନ୍ତି।