
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡା ଠାରେ ଆଜି ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାଙ୍ଗସୋରଡା ଫରେଷ୍ଟ ସେକ୍ସନ୍ ସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡାଙ୍ଗସୋରଡା ବନ ବିଭାଗର ବନ ଅଧିକାରୀ ସୁଜାତା ସୁନା ମୁଦିଙ୍କ ନେତୃତ୍ୱରେ ଡାଙ୍ଗସୋରଡା ଫରେଷ୍ଟ କାର୍ଯ୍ୟଳୟ ପରିସରରୁ ବାହାରି ଗଇଗୁଡା ରୁ ଡାଙ୍ଗସୋରଡା ଦେଇ ହନୁମନ୍ତପୁର ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ବାଇକ୍ ଯୋଗେ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟ ଗାର୍ଡ କୁନି କୁସୁଲିଆ , ବିଶ୍ବଜିତ ମହାରାଣାଙ୍କ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ସଚେତନତା ପାଇଁ ସ୍ଲୋଗାନ ଦେଇ ସଚେତନତା ରାଲି କରାଯାଇଥିବା ଦେଖିବାକୁ ମିଳିଛି। ସ୍ଲୋଗାନ ରେ ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ ଠାରୁ ଦୁରେଇ ରୁହ। ପଡୁଚାଷ ପାଇଁ ନିଆଁ ଲଗେଇବ ସେ ଅପରାଧୀ ହୋଇ ଦଣ୍ଡ ପାଇବ ।
ଧରଣୀ ମାଁର ରୁଣ ସୁଝିବା ସେ କୋଳେ ଧରିଥିବା। ବନ ରଖିବା ଆମରି କର୍ତ୍ତବ୍ୟ। ଆମରିପଣ ଜଙ୍ଗଲ ସୁରକ୍ଷା କରିବା ଜାଣ । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ମାଟି ପାଣି ଯେ ପବନ ଦିଏ ସେହିତ ଜଙ୍ଗଲ ଜୀବନ ଦିଏ । ଅପରାଧୀ ଅଟଇ ସିଏ ପଡ଼ୁ ଚାଷ କରୁଛି ଯିଏ । ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା । ଭାଇ ଭଉଣୀ ଜାଗ୍ରତ ହୁଅ ପଡ଼ୁ ଚାଷ କରୁଛି ଯିଏ ପଡୁ ଚାଷ ଠାରୁ ଦୁରେଇ ରୁହ।
ଜଙ୍ଗଲ ଯୋଗାଏ ପାଣି ବନ ସେଇତ ଆମର ଜୀବନ। ଧନ ରହିଲେ ବଞ୍ଚିବେ ଜନ । ଗଜକୁ ନକରିବ ହିନ । ଗଜ ହେଉଛି ଲକ୍ଷ୍ମୀ ସମାନ । ବନ୍ୟପ୍ରାଣୀ ଯନ୍ତୁ କୁ ଆମେ ସୁରକ୍ଷା ଦେବା ଜଙ୍ଗଲ କୁ ଆମେ ଗଛ ତରୁଲତା ବଣ ପାହାଡ ସୁନ୍ଦର ପ୍ରାକୃତିକ ବେଳାଭୂମି କୁ ସବୁ ଦେଖିବା। ଏଭଳି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ବାର୍ତ୍ତାରେ ଆଗାମୀ ଗ୍ରୀଷ୍ମ ରୁତୁ ରେ ନିଆଁ କୁ କିପରି ନିୟନ୍ତ୍ରଣ କରି ନିରାକରଣ କରିବା ଓ ଜଙ୍ଗଲ କିପରି ନିଆଁ ନ ଲାଗିବା ସେହି ଉପରେ ସଚେତନତା ର ପ୍ରୟାସ ରଖିବା ପାଇଁ ଏହି ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସେଥିରେ ଡାଙ୍ଗସୋରଡା ସେକ୍ସନ୍ ର ଭିନ୍ନ ଗାଁ ଗହଳିର ଲୋକେ ବନ ବିଭାଗ ଅଧିକାରୀ ମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ସହଯୋଗ ର ହାତ ବଢ଼େଇ ରାଲି କରାଯାଇଥିବା ଦେଖିବାକୁ ମିଳିଛି।
ଏହି ଦିଗରେ ଜଙ୍ଗଲ ନିଆଁ ଲାଗିବା ଦ୍ବାରା ମାନବ ସମାଜ ଉପରେ କୁପ୍ରଭାବ ପଡ଼େ ସେହି ଉପରେ ଆଜି ଜଙ୍ଗଲ ସୁରକ୍ଷା ନିବାରଣ କାର୍ଯ୍ୟକ୍ରମ ସଚେତନତା ଡାଙ୍ଗସୋରଡା ଫରେଷ୍ଟ ଅଫିସ ଠାରେ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅଥିତି ସାମାଜିକ କର୍ମୀ ବିଜୟ ଉଲାକା ଓ ପ୍ରସାଦ ସାହୁକାର ସବୁଜ ପତକା ଦେଖାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପରି ଆଗାମୀ ଗ୍ରୀଷ୍ମ ରୁତୁ ପ୍ରଭାବ ହ୍ରାସ ପାଇଥିବାରୁ ବଞ୍ଚିତ ରହିବା ପାଇଁ ପ୍ରତିଟି ଗାଁ କୁ ବୁଲି ସଚେତନତା ବାର୍ତ୍ତା ପହଞ୍ଚାଇବା ଦିଗରେ ପ୍ରୟାସ ରଖିବା ପାଇଁ ସୂଚନା ଦେଇଛନ୍ତି।