ଡକାୟତି ଯୋଜନା ପଣ୍ଡ,ଅସ୍ତ୍ର ଶସ୍ତ୍ର ସହିତ ପାଞ୍ଚ ଗିରଫ

ଚାଲିଥିଲା ଡକାୟତି ଯୋଜନା , ପଣ୍ଡ କଲା ବରଗଡ଼ ପୋଲିସ । ସୂଚନା ଅନୁଯାୟୀ ତ କାଲି ବିଳମ୍ବିତ ରାତିରେ ବରଗଡ ପୁରୁଣା ଜିରା ବ୍ରିଜ ନିକଟ ସ୍ମଶାନ ଘାଟ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି ନେଇ ଯୋଯନା କରୁଥିଲେ ।ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ SP ପ୍ରହଲ୍ଲାଦ ସାହାଇ ମିନାଙ୍କ ନିଁର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜିରା ବ୍ରିଜ ସ୍ମଶାନ ଘାଟରେ ଅତର୍କିତ ଚଢ଼ାଉ କରାଯାଇଥିଲା ।

ଏହି ଚଢାଉରେ ଞ୍ଚୋଟି ପିସ୍ତଲ ସହ ୩୪ ଟି ଜୀବନ୍ତ ଗୁଳି ଓ ପାଞ୍ଚୋଟି ମୋବାଇଲ ଫୋନ ସହ ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏତେ ବନ୍ଧୁକ ଆଉ ଗୁଳି ଦେଖି ପ୍ରଶ୍ନ ଉଠୁଛି ଏହି ପାଞ୍ଚ ଅଭିଯୁକ୍ତ ବଡ ଧରଣର ଡକାୟତ ଯୋଜନା ପାଇଁ ଆସିଥିଲେ ନାଁ ବନ୍ଧୁକ ଚୋରା ଚାଲାଣ ପାଇଁ ଆସିଥିଲେ ।ଏମାନଙ୍କର ଆଉ କେହି ମାଷ୍ଟର ମାଇଣ୍ଡ ଅଛନ୍ତି କି । ଯଦି ବନ୍ଧୁକ ଚେରାଚାଲଣ ହେଉଥିଲା ତେବେ କେଉଁଠାକୁ ଚୋରାଚାଲଣ ହେଉଥିଲା । ଏହି ସବୁ ଦିଗକୁ ପୋଲିସ ଅନୁଧ୍ୟାନ କରି ତଦନ୍ତ ଆରମ୍ବ କରିଛି I ତଦନ୍ତ ସରିବା ପରେ ସର୍ବିଶେଷ ତଥ୍ୟ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି

Leave a Reply

Your email address will not be published. Required fields are marked *