
ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜନୈକା ୧୭ ବର୍ଷୟା କଲେଜ ପଢୁଆ ନାବାଳିକା ଛାତ୍ରୀ ବଳତ୍କାରର ଶିକାର ହୋଇ ତାଙ୍କୁ ହତ୍ୟାକାରାଯାଇଥିବାର ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି lଅଭିଯୋଗ ମୂଳେ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ନାବାଳିକାଙ୍କ ମୃତ ଦେହ ଘରଭିତରୁ ଉଦ୍ଧାର କରି ୧ ୭ ୪ / ୨ ୫ ରେ ମାମଲା ୠଜୁକରିବା ସହିତ ସନ୍ଦେହରେ ବସନ୍ତ ମଝିନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l
ସୂଚନା ଅନୁଯାୟୀ, ମୃତା ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ଦିନ ୧୧ଟା୩୦ ମିନିଟ୍ ସମୟରେ ଭୋଗରାଇ ବ୍ଲକ ଲକ୍ଷ୍ମୀପାଟଣା ଗ୍ରାମର ଯୁବକ ବସନ୍ତ ମାଝୀ (ବାଣ୍ଟୁ) ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ଏହି ସୁଯୋଗରେ ବଳତ୍କାର କରିବା ସହିତ ଜୀବନରୁ ମାରି ଦେଇ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଥିବା ମୃତୁ୍କଙ୍କ ଭାଇ ଭାସ୍କର ମାଝୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତା ଛାତ୍ରୀଙ୍କ ଶରୀରକୁ ବେବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି ।ଏ ସମ୍ପର୍କ ରେ ପୋଲିସ ର ପ୍ରତି କ୍ରିୟା ମିଳି ପାରି ନାହିଁ