ବିଜେଡି ନେତାଙ୍କୁ ଗୁଳିମାଡ଼, କଟକରେ ଚିକିତ୍ସିତ

ବିଜେଡି ନେତାଙ୍କ ଉପରେ ଗୁଳିମାଡ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ହୋଇଛି ଗୁଳିମାଡ଼। ଗୁଳି ତାଙ୍କ ହାତ ଓ ଜଙ୍ଘରେ ବାଜିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ଏହି ଗୁଳିକାଣ୍ଡ ବୁଧବାର ରାତିରେ ଘଟିଛି।

ଗତକାଲି ରାତି ପ୍ରାୟ ୧୧ଟାରେ କାହ୍ନୁଚରଣ କାରରେ ଘରକୁ ଫେରୁଥିଲେ। ସେ କାମାକ୍ଷାନଗର ମେନ୍‌ରୋଡ୍ ସ୍ଥିତ ମା’ ତାରିଣୀ ଅଳଙ୍କାର ନିକଟରେ ପହଞ୍ଚିବା ବେଳକୁ କିଛି ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇଥିଲେ। ସେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ  ତାଙ୍କ କାରର କାଚକୁ ଭାଙ୍ଗିଦେଇଥିଲେ ଓ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ତାଙ୍କ ଗୋଡ ଓ ଜଙ୍ଘରେ ବାଜିଥିଲା।

କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କେଉଁ ଘଟଣାକୁ ନେଇ ଏପରି ଗୁଳିମାଡ ହୋଇଥି ତାହା ଜଣାପଡିନାହିଁ। ତେବେ ସେ ଜଣେ ଠିକାଦାର ଓ ରାଜନେତା ହୋଇଥିବାରୁ ଗୁଳିମାଡ ପଛରେ ରାଜନୈତିକ ଶତ୍ରୁତା ତା ଠିକାଦାରୀ ଶତ୍ରୁତା ରହିଥିଲା ତାର କାରଣ ଖୋଜାଚାଲିଛି।

ପୁଲିସ ଘଟଣାର ତଦନ୍ତ ଚଳାଇଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ କାହ୍ନୁଚରଣଙ୍କ ଉପରେ ଏକ ଗୁଳିମାଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *