ଚୌଦ୍ୱାର: ସଡକ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର, SCBରେ ଭର୍ତ୍ତି

ଚୌଦ୍ୱାର: ସଡକ ଦୁର୍ଘଟଣାରେ ଗୁରୁତର ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କୁ କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ (SCBMCH) ରେ ଭର୍ତ୍ତି କରାଯାଇଛି ।

ପ୍ରାଥମିକ ସୂଚନା ଅନୁସାରେ, ଚଣ୍ଡୀଖୋଲ ପଟୁ କଟକ ଆଡ଼କୁ ଆସୁଥିବା ସୁଧାକର ବସନ୍ତଙ୍କ କାର୍‌ (OD17 D4891) କୁ ମଙ୍ଗୁଳି ଛକରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି କାର୍‌କୁ କାଟି ସୁଧାକର ବସନ୍ତଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ କାର୍‌ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *