
ଫେବୃଆରୀ ୧୪ ପୁଲୱାମା ଆତଙ୍କି ହମଲାରେ ସହିଦ ହୋଇଥିବା ଭାରତର ବୀରପୁତ୍ର ମାନଙ୍କ ସ୍ମୁତି ଚାରଣ ଉଦ୍ଦେଶ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଉକ୍ତ କଳା ଦିବସଟିକୁ ସ୍ମରଣ କରିବା ପାଇଁ ବରଗଡର ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ଏକ ଅନନ୍ୟ ପ୍ରୟାସ l ତେଣୁ ଉକ୍ତ ଦିନକୁ ସଂକଳ୍ପ ପରିବାରର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ପାଳନ କରାଯାଉଥିବା ପ୍ରକାଶ କରିଛନ୍ତି ଆବାହକ ବିକାଶ ଅଗ୍ରୱାଲ l ତେବେ ପ୍ରତି ବର୍ଷ ଉକ୍ତ କାର୍ଯ୍ୟକ୍ରମରେ ସମାଜରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥାଏ ତେଣୁ ଏହି ମହତ ଉଦ୍ଦେଶ୍ୟ ନେଇ କରାଯାଉଥିବା କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବରଗଡ ଜନସାଧାରଣ, କଲେଜ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଭାରତୀୟ ସେନା ବାହିନୀ ଏହିପରି ଅନେକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥାନ୍ତି ଏବଂ ଉତ୍ସାହିତ ହୋଇ ରକ୍ତଦାନ ମଧ୍ୟ କରିଥାନ୍ତି lତେବେ ଉକ୍ତ ରକ୍ତଦାନ ଶିବିରରେ ୪୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ତେବେ ଦେଶ ମାତୃଭୂମି ପାଇଁ ଶହୀଦ ହୋଇଥିବା ବରଗଡ ଜିଲ୍ଲାର ୮ ଜଣ ସହୀଦ ଯବାନଙ୍କ ପରିବାର ବର୍ଗଙ୍କୁ ସମ୍ମାନେ ସମ୍ବର୍ଦ୍ଧିତ କରିଥିଲେ ସଂକଳ୍ପ ପରିବାର l