ବୟସ ମାତ୍ର ସତର ବର୍ଷ, ବର୍ତମାନ ଝିଅଟିର ଶରୀର ପାଇଁ ଖାଦ୍ୟରେ ପୋଷଣର ନିହାତି ଆବଶ୍ୟକତା ରହିଛି। ତେବେ ପରିବାର କହିଲେ ଘରେ ବାପା ହିଁ ଜଣେ, ତେବେ ଝିଅଟିର ଯତ୍ନ ନବ କିଏ? ଏଭଳି ମନ୍ତବ୍ୟ ଦେଇ ଝିଅ ପାଇଁ ନ୍ୟାୟ ଦାବି କରିଛନ୍ତି ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତାମାନେ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠଗୋଠ ପଞ୍ଚାୟତର ବାଣେଶ୍ୱରା ଗ୍ରାମରେ ଘଟିତ ଦୁଇ ଭାଇଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାର ପାଖରେ ପହଂଚିଛି ନାରୀ ନ୍ୟାୟ ବାହିନୀ। ପୀଡ଼ିତାଙ୍କ ପରିବାରକୁ ଭେଟି ପୀଡ଼ିତାଙ୍କ ସୁରକ୍ଷା ପାଇଁ ରେହାଇବିଟେସନ୍ରେ ରଖିବା ପାଇଁ କହିବା ସହ ଏହି ସମ୍ବେଦନଶୀଳ ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନ୍ୟାୟ ବାହିନୀର ନେତ୍ରୀ ପୀଡ଼ିତାର ସୁରକ୍ଷା ପାଇଁ ନାରୀ ଜାତିକୁ ସମ୍ମାନ ଦେବା ପାଇଁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟିତ ଅଟେ। ପ୍ରତି ଜିଲ୍ଲା ବ୍ଲକ ପଞ୍ଚାୟତରେ ସଚେତନତା ଶିବିର କରି ନାରୀ ସୁରକ୍ଷା, ସୃଜନଶୀଳତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରୋଗ୍ରାମ ବ୍ୟବସ୍ଥା କରାଯିବ ଏବଂ ଜଣ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏଭଳି ଏକ ନିନ୍ଦନୀୟ ଘଟଣାକୁ ସେ ଘୋର ନିନ୍ଦା କରିବା ସହ ବାପ ବୟସର ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦିଆ ଯିବା ଉଚିତ୍ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି।