ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପ୍ରତୀକ୍ଷା ଦିଦିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୮ ନମ୍ବର ୱାର୍ଡର ତେନ୍ତୁଳିଆ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶାନ୍ତନୁ କୁମାର ପଳିତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ଅତିଥିମାନେ ପ୍ରତୀକ୍ଷା ଦିଦିଙ୍କ ଉଚ୍ଚକୋଟିର ଶିକ୍ଷାଦାନ ପଦ୍ଧତି ଓ ତାଙ୍କର ବହୁମୁଖି ପ୍ରତିଭା ଏବଂ ଆଦର୍ଶର ଗୁଣଗାନ କରିଥିଲେ।

ଏହି ଅବସରରେ ଉପଢ଼ୌକନ , ମାନପତ୍ର ସହିତ ପୁଷ୍ପଗୁଚ୍ଛ ଏବଂ ଉପହାରମାନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦେବସ୍ମିତା ସାହୁ ମାନପତ୍ର ପାଠ କରିଥିଲେ। ବିଦାୟ ସମୟରେ ଛାତ୍ରଛାତ୍ରୀମାନେ ଅବସର ନେଉଥିବା ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦି ପକାଇଥିଲେ। ଯାହା ବିଦ୍ୟାଳୟ ପରିସରକୁ ଭାବ ବିହ୍ୱଳ କରିତୋଳିଥିଲା। ଶିକ୍ଷୟିତ୍ରୀ ପ୍ରତୀକ୍ଷା ମହାପାତ୍ର ପିଲାମାନଙ୍କୁ ବୁଝାବୁଝି କରିବା ସହିତ ଭବିଷ୍ୟତରେ ଉତ୍ତମ ଛାତ୍ର ହେବାକୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଅତିଥି ଭାବେ କାଉନସିଲର ଆରତୀ ବିଶ୍ବାଳ, ଅରୁଣ କୁମାର ମଲ୍ଲିକ୍, ବସନ୍ତ ଦାସ, ସି ଆର ସି ସି ତପସ୍ୱିନୀ ବାରିକ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ସୂର୍ଯ୍ୟ କାନ୍ତ ମଲ୍ଲକ୍ , ସୀତାକାନ୍ତ ମଲ୍ଲିକ୍, ମନୋରଞ୍ଜନ ମଲ୍ଲିକ୍ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *