ଭଲ ରାସ୍ତା ଅଭାବରୁ କାଦୁଅ, ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଜଗନ୍ନାଥ ପାଲି ଗାଁକୁ ନାହିଁ ରାସ୍ତା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପାଲି ଗାଁକୁ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ନାହିଁ ରାସ୍ତା ଖଣ୍ଡିଏ। ତେଣୁ ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇ କାଦୁଅ ପଚପଚ ହୋଇଛି। ଯାହା ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ହେଉଛି। ଏହି ରାସ୍ତା ଉପରେ ଗାଁର ସବୁ ଲୋକ ନିର୍ଭରଶୀଳ। ଘରୁ ବାହାରି ସ୍କୁଲକୁ ଯିବାର ହେଉ ବା ହାଟ, ବାଟକୁ, ଅବା ବିଲ ବାଡି,ପଞ୍ଚାୟତ କାର୍ଯ୍ୟାଳୟ,ବ୍ୟାଙ୍କ ଯିବାକୁ ଏହି ରାସ୍ତା ଦେଇ ଯାଆ ଆସ କରିଥାନ୍ତି। ହେଲେ ସାମାନ୍ୟ ବର୍ଷାରେ ଏହି ମାଟି ରାସ୍ତା କାଦୁଅରେ ଭରିଯାଏ। ଠାଏ ଠାଏ ପାଣି ଜମି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରେ। ଆଉ ଏହି ରାସ୍ତାରେ ଯିବା ବେଳେ ଅନେକ ସମୟରେ ଖସି ପଡି କାଦୁଅ ଲଟପଟ ହୋଇଥାନ୍ତି ଲୋକେ। ଏମିତି ନୁହେଁ କି ରାସ୍ତା କାମ ପୂର୍ବ ସରକାର କରି ନାହାନ୍ତି। ହେଲେ ଠିକାଦାରମାନେ ନିମ୍ନମାନର କାର୍ଯ୍ୟ କରି ମାଲେମାଲ ହେଉଥିବା ବେଳେ ସାଧାରଣ ଜନତା ହେଉଛନ୍ତି ହନ୍ତସନ୍ତ ହେଉଛନ୍ତି

Leave a Reply

Your email address will not be published. Required fields are marked *