
କଥାରେ ଅଛି କର୍ମଣୟେ ମା ବାଦିକରସ୍ତୁ ମା ଫଳେସୁ କଦାଚନ .ଭଗବାନ କହିଛନ୍ତି କର୍ମ କରିଚାଲ ଫଳ ନିଶ୍ଚୟ ମିଳିବ କିନ୍ତୁ ଫଳ ଓପରେ ଆଶା ରଖନି, ଏକଥା କହିବାର କାରଣ କରୋନା ସମୟରେ କାହାର ଭାଗ୍ୟ ବଦଳିଚି ତ କାହାର ଜୀବନ ମୃତ୍ୟୁ ସାଙ୍ଗରେ ଲଢେଇ .ହଁ ଆଜ୍ଞା ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ହାଟଡିହି ଶିକ୍ଷା ସର୍କଲ ଚାନ୍ଦିବିରଞ୍ଚିପୁର ସ୍ତିତ ଉଦୟନାଥ ସାଜିଛନ୍ତି ଜ୍ୱଳନ୍ତ ଉଦାହରଣ ।
ଉଦୟନାଥ କର ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିଲନ୍ଧି ଗ୍ରାମର .ସେ ଜଣେ ଉଚ ଶିକ୍ଷିତ ଏବଂ ହାଟଡିହି ଚଣ୍ଡବିରଞ୍ଚିପୁର ସ୍ତିତ ଏସ .ଟି ଜାଭିୟର ବିଦ୍ୟାଳୟ ର ଏମଡି ଉଦୟନାଥ କର . ଉଦୟ ଜଣେ ଯୁବ ଇଂଜିନିୟର ହେଲେ କରୋନା ପରଠୁ ତାଙ୍କ ଭାଗ୍ୟ ବଦଳାଇ ଦେଇଛି ବିଦ୍ୟାଳୟ ଛୁଟି ସମୟରେ ଉଦୟଙ୍କ ନିଜସ୍ୱ ଫାର୍ମ ରେ ଧଳା ଘୁଷୁରୀ ଓ ପିଜୁଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ୩୦ ରୁ ଉର୍ଧ ଲୋକଙ୍କୁ ନିୟୋଜିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି ।
ଏହି ପିଜୁଳି ଚାଷ କରି ଭଦ୍ରକ କଟକ ବାଲେଶ୍ୱର କେନ୍ଦୁଝର ଯାଜପୁର ଏମିତି ଅନ୍ୟାନ୍ୟ ଜିଲା ମାନଙ୍କୁ ଆମଦାନୀ କରନ୍ତି ସେହିପରି ଧଳା ଘୁଷୁରୀ ଚାଷ କରି ରାଜ୍ୟ ବାହାର କୁ ମଧ୍ୟ ଆମଦାନୀ କରିଥାନ୍ତି ମାସକୁ ଏହି ଚାଷ କରି ଉଦୟ ସ୍ୱାବଲମ୍ବୀ ହୋଇପାରିଛନ୍ତି ପିଜୁଳି ଚାଷ ହାରାହାରି ୧ ଏକର ଜାଗାରେ ଚାଷ କରିଛନ୍ତି ଏବଂ ଧଳା ଘୁଷୁରୀ ଏକ ଏକର ସମୁଦାୟ ଦୁଇ ଏକର ଜାଗର ଚାଷ କରି ସାର ବିଷ ଦେଇ ଗଛ ଲଗାଇଛନ୍ତି .ଉଦୟ ଙ୍କ କହିବା କଥା ସରକାର ଯଦି ଆଉ କିଛି ଉନତ ମାନର ଯନ୍ତ୍ରାଂଶ ଯୋଗାଇଦିଆନ୍ତେ ଓ ଯେତିକି ଚାଷ କ୍ଷେତ୍ରରେ କିପରି ଆଉ ଭଲ ଚାଷ କରିପାରନ୍ତେ ସରକାର ତରଫରୁ ଆସୁଥିବା ବିଭିନ ପ୍ରକାର ସୁବିଧା ସୁଯୋଗ ମିଳିଲେ ସେ ଆଉ ଟିକେ ଉପରକୁ ଉଠିପାରନ୍ତେ।