ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ

୧୧ ଦିନ ଧରି ଚାଲିଥିବା ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ହୋଇ ପାପର କ୍ଷୟ ହୋଇଛି ମଥୁରାନଗରୀକୁ କୃଷ୍ଣ, ବଳରାମ ପାଦ ଦେଲା ପରେ ସମଗ୍ର ମଥୁରାବାସୀ ଆନନ୍ଦିତ ହୋଇଛନ୍ତି । କୃଷ୍ଣ, ବଳରାମ ନଗର ପରିଭ୍ରମଣ ସମୟରେ ମଥୁରାବାସୀ ଘରେ ଘରେ ସୁନ୍ଦର ଝୋଟି ଆଙ୍କି କଳସ ସ୍ଥାପନ କରି ଧୂପ, ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଘଣ୍ଟ, ଶଙ୍ଖ, ସଂକିର୍ତ୍ତନ ତାଳେ ତାଳେ ସମଗ୍ର ମଥୁରାନଗରୀ ଉତ୍ସବମୁଖର ଉଠିଛି । କୃଷ୍ଣ, ବଳରାମ ରଥାରୁଢ଼ ହୋଇ ମଥୁରାନଗରୀ ପରିଭ୍ରମଣ କରିବା ପରେ ଶିବଧନୁ ଭାଙ୍ଗିଥିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ । ହରିବୋଲ, ହୁଲହୁଲି, ଶଙ୍ଖ, ଘଣ୍ଟବାଦ୍ୟରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ । ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଗୋପ ବାଳକଙ୍କ ନାଚଗୀତରେ ବିଭୋର ହୋଇଥିଲେ ମଥୁରାବାସୀ ।

ଶିବଧନୁ ଭାଙ୍ଗିବା ପରେ କୃଷ୍ଣ, ବଳରାମ ଛୁଟି ଯାଇଥିଲେ କଂସ ମହାରାଜାଙ୍କ ରାଜଦରବାରକୁ । ରାଜଦରବାର ପହଞ୍ଚିବା ପୂର୍ବରୁ ଦ୍ବାରଦେଶରେ କୁବଳୟା ହାତୀ ଓ ପରେ ଅଷ୍ଟମଲ୍ଲଙ୍କ ସହ ଲଢ଼େଇ ହୋଇଥିଲା । କୃଷ୍ଣ, ବଳରାମ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲଙ୍କୁ ବଧ କରି କଂସ ମହାରାଜାଙ୍କ ଦରବାରକୁ ପହଞ୍ଚିଥିଲେ । ସେଠାରେ ମାମୁ କଂସ ଓ ଭଣଜା ଶ୍ରୀକୃଷ୍ଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ପରାସ୍ତ ହୋଇ ଶେଷରେ ମହାରାଜା କଂସ ମଞ୍ଚରୁ ଖସି ମୃତ୍ୟୁବରଣ କରିଥିଲେ । ସେପଟେ କାରାଗାରେ ବନ୍ଦୀ ଥିବା ମାତା ଦେବକୀ ଓ ପିତା ବସୁଦେବଙ୍କୁ ଉଦ୍ଧାର କରିଥିଲେ ବେନି ଭାଇ ଶ୍ରୀକୃଷ୍ଣ, ବଳରାମ । କଂସଙ୍କ ମୃତ୍ୟୁ ପରେ ସମଗ୍ର ମଥୁରାନଗରବାସୀ କଂସ ରାଜାର ବଂଶ ବୁଡ଼ୁ, କଂସ ମଲେଁ ଖାଏମା ଲଡ଼ୁ ବୋଲି କହି ଆନନ୍ଦରେ ନାଚି ଉଠିଥିଲେ ।

ଏଫଭିଓ-ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ଓ ପାପର କ୍ଷୟ ବାର୍ତ୍ତା ନେଇ 76ତମ ଧନୁଯାତ୍ରା ମହୋତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆରବର୍ଷକୁ ଅପେକ୍ଷା କରିଛନ୍ତି ସମଗ୍ର ମଥୁରାନଗରୀ ଓ ଗୋପପୁରବାସୀ ।

Leave a Reply

Your email address will not be published. Required fields are marked *