ହାତୀର ଦାନ୍ତ ନେଲା କିଏ? ଅଡୁଆରେ ବନବିଭାଗ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଭାଡିଭରା ଗାଁ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ୨୦ ଦିନରୁ ଉର୍ଦ୍ଧ ସମୟ ହେବ ଦନ୍ତାହାତୀ ଟି ମରି ପଡିଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଜଙ୍ଗଲ ନିକଟ ଜମିକୁ ମାଛ ମାରିବାକୁ ଯାଇଥିବା କିଛି ପିଲା ଜଙ୍ଗଲରେ ହାତୀ ର ଗଳିତ ମୃତ ଦେହକୁ ଦେଖି ବନକର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସେତେବେଳକୁ ହାତୀ ର ଦାନ୍ତ ଗାଏବ ହୋଇଯାଇଥିଲା । ୨୦ଦିନ ହେବ ହାତୀ ର ମୃତ୍ୟୁ ହୋଇଥିଲେ ମଧ୍ୟ ବନ ବିଭାଗ ନିକଟରେ ଖବର ନଥିଲା । ଏଥରୁ ସ୍ପଷ୍ଟ ଅନୁମେୟ କରି ହେଉଛି ବନ ବିଭାଗ ହାତୀ ସୁରକ୍ଷା ପାଇଁ କେତେ ତତ୍ପର ।

ଆପଣଙ୍କୁ ଏଠି କହି ରଖିଛୁ ଯେ ଗତ ସାତ ମାସ ଭିତରେ ତେଲକୋଇ ରେଞ୍ଜରେ ୩ ହାତୀର ମୃତ୍ୟୁ ଘଟିଲାଣି, ହେଲେ ନିଦ ଭାଙ୍ଗୁନି ବନ ବିଭାଗ ଉପର ଅଧିକାରୀଙ୍କ ଯାହା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଜୁନ ମାସରୁ ହାତୀଟି ଅସୁସ୍ଥ ହୋଇ ଏଣେ ତେଣେ ବୁଲୁଥିବା ସ୍ଥାନୀୟ ବାସୀ କହୁଥିବା ବେଳେ ବନ ବିଭାଗର ହାତୀ ନିରିକ୍ଷଣ କାର୍ଯ୍ୟ କେମିତି ଚାଲୁଥିଲା ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।