ଫସଲ ପାଇଁ ବିପଦ ହାଥୀ ପଲ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ଓ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ଚିନ୍ତାରେ ପଡ଼ିଛି । ଏନେଇ ବନ ବିଭାଗକୁ ଖବର ଦେଲେ ହେଁ ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି। ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏବେ ଏହି ହାତୀ ପଲ ରସ୍କା ଗାଁ ଅଞ୍ଚଳ ରେ ଥିବା ବେଳେ ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରୁଛି ।

ହାତୀ ପାଇଁ ଚିନ୍ତାରେ ଚାଷୀ । ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ୨୧ ଟୀକିଆ ହାତୀ ପଲ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଦୁଇ ଦିନ ହେଲା ୨୧ ଟୀକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି । ଆଜି ସକାଳୁ ଯାଲୋଏ ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ମାନେ ଥିବାବେଳେ ବିଲରେ ପାଚିଲା ଧାନ ଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବନ ବିଭାଗ ହାତୀ ଘଉଡ଼ାଇବାକୁ ଆସୁ ନଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀମାନେ ଜୀବନକୁ ବାଜି ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *