କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ତାଙ୍କ ନାମାଙ୍କନପତ୍ର ୱାୟାନଡରେ ଦାଖଲ କରିଛନ୍ତି । ପ୍ରିୟଙ୍କା ମଙ୍ଗଳବାର ରାତିରେ ତାଙ୍କ ମା ଏବଂ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ସହ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ତଥା ଭାଇ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ।
ନାମାଙ୍କନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ତାଙ୍କ ପରିବାରର ସଦସ୍ୟ ହେବାକୁ ସେଠାକୁ ଯାଇଛନ୍ତି । ଏଥିସହିତ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନା ଯାତ୍ରା ୱାୟାନଡ ଉପ-ନିର୍ବାଚନ ଠାରୁ ଆରମ୍ଭ ହେବାକୁ ଯାଉଛି ।
କଂଗ୍ରେସର ମହାସଚିବ ତଥା ୱାୟାନାଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, 35 ବର୍ଷୟରେ ମୁଁ ନିଜ ପାଇଁ ସମର୍ଥକ ମାଗିବାକୁ ଆସିଛି । ମୋତେ ସୁଯୋଗ ଦିଅନ୍ତୁ, ମୋର ଦାୟିତ୍ବ ଆପଣଙ୍କୁ ଆପଣଙ୍କ ପରିଚୟ ଦେବା । ମୋ ଭାଇ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଏହା ଆମ ସଂସ୍କାର । ମତେ ଆପଣ କୁହନ୍ତୁ ଆପଣଙ୍କ ସମସ୍ୟା କଣ । ଆପଣଙ୍କ ସମସ୍ୟା ଜାଣିବା ପାଇଁ ଆପଣଙ୍କ ଘରକୁ ଆସିବି । ଏହା ମୋର ନୂଆ ଆରମ୍ଭ ଆଉ ଆପଣ ମାନେ ହେଉଛନ୍ତି ମୋର ଗିଦଗର୍ଶକ ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦିନ ୱାୟାନାଡ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ କଲପେଟାରେ ଏକ ରୋଡ୍ ସୋ ଆୟୋଜନ କରିଥିଲେ । ଯେଉଁଥିରେ ୟୁନାଇଟେଡ୍ ପ୍ରଗତିଶୀଳ ମୋର୍ଚ୍ଚା ବା UDF ନେତା ଓ କର୍ମୀଙ୍କ ସମେତ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। । ଏହି ଉପ-ନିର୍ବାଚନ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରବେଶ କରିଛନ୍ତି ।
ତେବେ ରାହୁଲ ଗାନ୍ଧୀ ଓ୍ବାଏନାଡ ଛାଡିବା ପରେ ସେହି ଆସନଟି ଖାଲି ପଡିଥିଲା । ଏବେ ସେଠାରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି LDFର ସତ୍ୟନ ମୋକେରୀ ଏବଂ ବିଜେପିର ନାଭ୍ୟା ହରିଦାସ ।