ଛଙ୍ଗୁର ବାବାଙ୍କୁ ଇଡିର ଖୋଳତାଡ଼

ଛଙ୍ଗୁର ବାବାଙ୍କ ଆର୍ଥିକ କାରବାରକୁ ନେଇ ଖୋଳତାଡ ….ୟୁପି ବଳରାମପୁରରୁ ମୁମ୍ବାଇ ପର୍ଯ୍ଯନ୍ତ ୧୪ ଠିକଣାରେ ED ରେଡ୍ … ମୁମ୍ବାଇ ଶହବାଜ ଶେଖ ନାମକ ବ୍ଯକ୍ତିଙ୍କୁ ଦୁଇ କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି…ୟୁପିର ବଳରାମପୁରର ମୁମ୍ବାଇ ପର୍ଯ୍ଯନ୍ତ ବାବାଙ୍କ ୧୪ ଠିକଣାରେ ED ରେଡ୍ କରୁଛି …ମୁମ୍ବାଇର ଶହଜାଦ ଶେଖଙ୍କୁ ପଚରାଉଚୁରା କରୁଛି ଇଡି …ଛାଙ୍ଗୁର ବାବା ଧର୍ମନ୍ତୀକରଣର ବଡ଼ ରାକେଟ ଚଳାଉଥିବା ଅଭିଯୋଗ ହୋଇଥିଲା । ଇଡି ଏହାକୁ ନେଇ ହୋଇଥିବା ଅର୍ଥ କାରବାର ଉପରେ ଯାଞ୍ଚ କରୁଛି ….

ଛଙ୍ଗୁର ବାବା ଧାର୍ମିକ ବିଶ୍ୱାସର ଆଳ ଦେଖାଇ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଛଙ୍ଗୁର ବାବାଙ୍କ ନିକଟତମ ଅନୁଗାମୀ, ସହଯୋଗୀ ଏବଂ ଆଶ୍ରମ ପରିଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ କାରବାରର ମଧ୍ୟ ତଦନ୍ତ କରୁଛି ଇଡି । ଛଙ୍ଗୁର ବାବାଙ୍କ ନେଟୱାର୍କରେ ବିଦେଶୀ ପାଣ୍ଠି ଥିବା ସନ୍ଦେହ କରାଯାଉଛି । ଯେଉଁଥିରେ ଦୁବାଇ, ସାଉଦି ଆରବ ଏବଂ ନେପାଳରୁ ଟଙ୍କା ଆସୁଥିବାର ପ୍ରମାଣ ରହିଛି।