E-KYC ପାଇଁ ମୁଣ୍ଡପିଛା ମାଗୁଛନ୍ତି ୫ ଶହ ଟଙ୍କା

ରାସନ କାର୍ଡରେ ଦୁର୍ନୀତି ଯୋଗୁଁ ବିଜେପି ସରକାର ବିଭିନ୍ନ ଡିଲର ମାନଙ୍କୁ ନିଶୁଳ୍କରେ ହିତାଧିକାରୀଙ୍କ E-KYC ଅପଡେଟ୍ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ହେଲେ କିଛି ଡିଲର ବଡ଼ ଚଞ୍ଚକତା କରି ପ୍ରବାସୀ ଓଡ଼ିଆ ମାନଙ୍କ ଠାରୁ ମୁଣ୍ଡ ପିଛା ୫ ଶହ ଟଙ୍କା ନେଇ ରାସନ E-KYC ଅପଡେଟ କରୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଏକ ଘଟଣା ସୁଦୂର ମହାରାଷ୍ଟ୍ରର ସୁତାରବାଡି ଠାରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡି ଗାଁର ଡିଲର ଦର୍ପ ନାୟକ ନିଜ ପୁତୁରା ମନୋଜ କାମଦେବଙ୍କୁ E-KYC ଅପଡେଟ ମେସିମ ଓଆଖି ସ୍କାନ ମେସିନ ଦେଇ ମହାରାଷ୍ଟ୍ର ରାଜ୍ୟକୁ ପଠାଇଥିଲେ ।

ସେଠାରେ ରହୁଥିବା ଓଡିଆ ପ୍ରବାସୀ ମାନଙ୍କ ରାସନ କାର୍ଡର E-KYC ଅପଡେଟ କରାଉଛନ୍ତି । ହେଲେ ପ୍ରତିବଦଳରେ ମୁଣ୍ଡା ପିଛା ୫ ଶହ ଟଙ୍କା ଲେଖାଏଁ ଓଡ଼ିଆଙ୍କ ଠୁ ଆଦାୟ କରୁଛନ୍ତି । ଏପଟେ ଦର୍ପ ନାୟକ ଗାଁରେ ଲୋକମାନଙ୍କୁ ନିଶୁକ୍ଳରେ ରାସନ E-KYC ଅପଡେଟ କରୁଥିବା ବେଳେ ସେପଟେ ପୁତୁରାକୁ ଲଗାଇ ପ୍ରବାସୀ ଓଡ଼ିଆଙ୍କୁ ଲୁଟୁଛନ୍ତି । ମହାରାଷ୍ଟ ରାଜ୍ୟରେ ସର୍ବାଧିକ ଓଡିଆ ପ୍ରବାସୀ ସୁତାରବାଡ଼ି ଠାରେ ରହୁଛନ୍ତି । ତେବେ ଏପରି ଦୁର୍ନୀତିରେ ଶିକାର ହୋଇଥିବା ଜଣେ ପ୍ରବାସୀ ଓଡିଆଙ୍କ ମଧ୍ୟରେ ଜଣେ ଏହି ଭିଡ଼ିଓ କରି ଭାଇରାଲ କରିଛନ୍ତି । ତେବେ ଏଭଳି ଘଟଣା ବାହାରକୁ ଆସିବା ପରେ ବିଜେପି ସରକାର ଉକ୍ତ ଡିଲର ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *