ବନ୍ଦର ନଗରୀରେ ଚାଲିଛି ନକଲି ଔଷଧ କାରବାର!

ବନ୍ଦର ନଗରୀ ପାରାଦ୍ଵୀପରେ ଚାଲିଛି କି ନକଲି ଔଷଧ କାରବାର ? ନାଁ ବିନା କାଗଜପତ୍ରରେ ଚାଲିଛି ଔଷଧ ଦୋକାନ ? ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ପାରାଦ୍ଵୀପ ଅଠରବାଙ୍କିରେ ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲର, କୁଜଙ୍ଗ ଅତିରିକ୍ତ ତହସିଲଦାର ଓ ପୋଲିସ ପହଞ୍ଚି ଔଷଧ ଦୋକାନର କାଗଜପତ୍ର ଓ ମେଡ଼ିସିନ ଗୁଡ଼ିକର ଯାଞ୍ଚ୍ ଆରମ୍ଭ କରିଥିଲେ। ଯାହାକୁ ନେଇ ଏଭଳି ଏକ ଗୁଜବ ପ୍ରଚାରିତ ହେବା ସହିତ ଲୋକଙ୍କ ଭିଡ଼ ମଧ୍ୟ ଦେଖାଦେଇଥିଲା। ମାତ୍ର ଡ୍ରଗ୍ସ କଣ୍ଟ୍ରୋଲର କାଳି ମନ୍ଦିରର ତଳେ ଥିବା ମେଡିସିନ ଦୋକାନ ର କାଗଜପତ୍ର ଓ ମେଡ଼ିସିନ ଯାଞ୍ଚ୍ କରିବା ପରେ ସେଠାରୁ ଫେରିଯାଇଥିଲେ। ଉପସ୍ଥିତ ଗଣମାଧ୍ୟମ କୁ ମଧ୍ୟ କୈାଣସି ସୂଚନା ଦେଇନଥିଲେ। ତେବେ ଭିତିରି ସୂଚନା ମୁତାବକ ଏହି ଯାଞ୍ଚ୍ ପ୍ରକ୍ରିୟା ସରକାରୀ ଜାଗାରେ ମେଡ଼ିସିନ ଦୋକାନ ଖୋଲିବା କୁ ନେଇ ହୋଇଛି। କାରଣ ସରକାରୀ ଜାଗାରେ ମେଡିସିନ ଦୋକାନ ର ଅନୁମତି ମିଳିନଥାଏ, ଏଥିପାଇଁ ପୂର୍ବରୁ ମଧ୍ୟ କେତେଜଣ ଆବେଦନ କରି ବିଫଳ ହୋଇଛନ୍ତି। ମାତ୍ର ଏହି କାଳି ମନ୍ଦିରର ତଳେ ଦୁଇଟି ମେଡିସିନ ଷ୍ଟୋର ଖୋଲାଯାଇଛି। ଯାହାକୁ ନେଇ ଅଭିଯୋଗ ହେବା ପରେ ଜଗତସିଂହପୁର ଜିଲ୍ଲା ଡ୍ରଗ୍ସ କଣ୍ଟ୍ରୋଲର ଅଠରବାଙ୍କି ରେ ପହଞ୍ଚି ଯାଞ୍ଚ୍ କରି ଫେରି ଯାଇଛନ୍ତି। ତେବେ ମେଡିସିନ ଦୋକାନୀଙ୍କ କହିବା ଅନୁଯାୟୀ ଆମର ଲାଇସେନ୍ସ ରହିଛି ଏବଂ ସେମାନେ ଆସି ଆମର‌ କାଗଜପତ୍ର ଯାଞ୍ଚ୍ କରିବା ସହିତ ମେଡିସିନ କିଣା ବିକା ର‌ କାଗଜ ଯାଞ୍ଚ୍ କରିଥିଲେ।

Leave a Reply

Your email address will not be published. Required fields are marked *