![](https://suchanatv.com/wp-content/uploads/2025/02/skool2.jpg)
ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର, ଗୁରୁ ସାକ୍ଷାତ ପରଂ ବ୍ରହ୍ମ, ତସ୍ମୟଶ୍ରୀ ଗୁରବେ ନମ, ପିତାମାତାଙ୍କ ପରେ ଶିକ୍ଷକଙ୍କୁ ହିଁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ, କିନ୍ତୁ ସେହି ଭଗବାନ ଆଜି ରାକ୍ଷସ ପରି କାମ କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ,ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପଂଚାୟତ ଠାକୁରଦିଆ ଗାଁ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ।
ଶିକ୍ଷକ ଜଣକ ମଦ୍ୟପାନ କରି ନିର୍ମମ ଭାବେ ୧୬ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାସହ ଜୋତାରେ ଗୋଇଠା ମାରିବା ଭଳି ଅଭିଯୋଗ ଆଣିଛନ୍ତି ଅଭିଭାବକ ମାନେ ।