ଏବେଠାରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ବିଭିନ୍ନ ଦଳ ପକ୍ଷରୁ ବୟାନବାଜି ଜାରି ରହିଛି । ବିରୋଧୀ ଦଳ ଏକତା ରାଜନୀତି ଜୋର ଧରିଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ପୁଣି ଥରେ ସେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ED ଓ CBIକୁ ନ ଡରିବାକୁ ସେ ସବୁ ନେତାଙ୍କୁ କହିଛନ୍ତି । ସତ୍ୟକୁ ସାମ୍ନା କରନ୍ତୁ, ED ଓ CBI ଟେନସନ୍ ନିଅନ୍ତୁ ନାହିଁ ।
୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ନିଶ୍ଚିତ ବୋଲି ଟ୍ୱିଟରରେ ଲେଖିଛନ୍ତି ସତ୍ୟପାଲ । ଆଗାମୀ ନିର୍ବାଚନରେ ବିଜେପିର ମୂଳପୋଛ । କେନ୍ଦ୍ର ବିଜେପି ପୁରାପୁରି ଲୋପ ପାଇବ ବୋଲି ସେ କହିଛନ୍ତି । ବିଜେପିର ପରାସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସହଯୋଗୀମାନଙ୍କ ତଦନ୍ତ କରିବ । ତେଣୁ ଆପଣମାନେ ସାହସର ସହିତ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଗୁଡ଼ିକର ସାମ୍ନା କରିବା ଉଚିତ୍ ବୋଲି କହିଛନ୍ତି ସତ୍ୟପାଲ ମଲ୍ଲିକ । ମାତ୍ର ୬ ମାସ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ । ବିଜେପିର ପରାଜୟ ନିଶ୍ଚିତ । ଏହାପରେ ସବୁ ଅଧିକାରୀ ପଳାୟନ କରିବେ । ସେମାନେ ଭାବିବେ ଚାଲିଯିବାର ସମୟ ଆସିଗଲାଣି । ତେଣୁ କାର୍ଯ୍ୟରୁ ବିଦାୟ ନେବେ । ତେଣୁ ସେମାନଙ୍କ ବିରୋଧରେ କିଛି କରିବାର ଆବଶ୍ୟକତା ନାହିଁ । କେବଳ କ୍ଷମତାରେ ବସିଥିବା ବିଜେପି ଲୋକଙ୍କ ତଦନ୍ତ ହେବ ।
ସମୟକୁ ଅପେକ୍ଷା କରିବାକୁ କହିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ । ଏହାର କିଛି ଦିନ ପୂର୍ବେ ସେ କହିଥିଲେ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବେଳେ ସୈନିକମାନଙ୍କ ଶରୀର ଉପରେ ୨୦୧୯ ନିର୍ବାଚନ ଲଢ଼ାଯାଇଥିଲା । ଏଥିରେ ବାଜି ମାରିଥିଲା ବିଜେପି । ସେହି ଘଟଣାର ତଦନ୍ତ ହୋଇଥିଲେ ତତ୍କାଳୀନ ଗୃହମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା । ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ ପରେ ସେ ଚୁପ୍ ରହିବା ପାଇଁ କହିଥିଲେ । ସେପଟେ, ଏହି ଆକ୍ରମଣ ଘଟଣାର ଏଯାଏ କୌଣସି ତଦନ୍ତ ହୋଇନାହିଁ ।